-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସିଣ୍ଢୋଲ ଠାରେ ଗାଁ କଲ୍ୟାଣ ସମିତି ତରଫରୁ କିଶୋରୀ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ସମିକ୍ଷା ସଂଯୋଜକ ସମ୍ଭୁରାଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ନକୁଲ ନାଏକ ଅତିଥି ଭାବରେ ଯୋଗଦେଇ ସୁସ୍ଥ ରହିବା ପାଇଁ ନିୟମିତ ଭାବରେ ବ୍ୟାୟାମ ତଥା ଊଷୂମ ଖାଦ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବହୁ କିଶୋରୀ ବାଳିକା ମାନେ ଯୋଗଦେଇଥିଲେ । ଏହି ଅବଶରରେ କିଶୋରୀ ବାଳିକା ମାନଙ୍କୁ ନେଇ ସ୍ୱାସ୍ଥ୍ୟକୁ ଭିତି କରି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସରସ୍ୱତୀ ଗୃପ ପ୍ରଥମ, ୟୂଥନେଟ ଦ୍ୱିତୀୟ, ମହାତ୍ମାଗାନ୍ଧି ଗୃପକୁ ତୃତୀୟ ଭାବରେ ପୁରସ୍କୃତ କରାଯାଇଥିଲା । ପରେ କିଶୋରୀ ମାନେ ବାଲ୍ୟ ବିବାହ ନକରିବା ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନୱାଡି କର୍ମୀ ସଂଜୁ ମେହେର ପରିଚାଲନା କରିଥିବା ବେଳେ କୁମଦିନୀ ସାହୁ ସହଯୋଗ କରିଥିଲେ ।