-+91-9937148622 |

prerana_bgr@rediffmail.com |

  Wednesday 4th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   (04-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   (04-Nov-2026)       ||      ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   (04-Nov-2026)       ||      ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ    (03-Nov-2026)       ||      ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା    (03-Nov-2026)       ||      ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   (03-Nov-2026)       ||      ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      *ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   (03-Nov-2026)       ||      ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   (03-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (03-Nov-2026)       ||      ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   (03-Nov-2026)       ||      କଣ୍ଟାମାଳରେ ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ   (03-Nov-2026)       ||      ‘ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର♦️ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ   (03-Nov-2026)       ||      ସିଲଭର ଗାନ୍ଧୀଙ୍କ ଦ୍ୱାରା ଗୁଜରାଟ ରେ ସ୍ୱଚ୍ଛ ଭାରତ ପଦଯାତ୍ରାର ଭବ୍ୟ ଆୟୋଜନ   (02-Nov-2026)       ||      ଥାନାରେ ଦାଦନ ଓ ସର୍ଦାରଙ୍କ ହାଜିରୀ ଚୁଲିକି ଗଲାଣି ଟାସ୍କଫୋର୍ସ  !   (02-Nov-2026)       ||      ଟିଟିଲାଗଡ଼ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ - ସୁଶାନ୍ତ କୁମାର ରଥ ସଭାପତି ଭାବେ ମନୋନୀତ    (02-Nov-2026)       ||      ଦ୍ୱାଦଶ ଭୀମପାହାଡମହୋତ୍ସବର ଲୋଗୋ ଉନ୍ମୋଚିତ   (02-Nov-2026)       ||      ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଅପମାନିତ   (02-Nov-2026)       ||      ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ।   (02-Nov-2026)       ||     

HOME   ଜିଲ୍ଲା

​ବଲାଙ୍ଗିର ଟାଉନ୍ ହଲ୍‌ର ଫେରିବ ଚମକ୍: ଜୁନ୍‌ରୁ ଆରମ୍ଭ ହେବ ପୁନରୁଦ୍ଧାର, ଅଗଷ୍ଟ ଶେଷ ସୁଦ୍ଧା ଉଦ୍‌ଘାଟନ

27-May-2026



ବଲାଙ୍ଗିର ​ସ୍ଵେଚ୍ଛାସେବୀ ସଂଗଠନର ବାରମ୍ବାର ଦାବି ପରେ ପୌର ପ୍ରଶାସନର ତତ୍ପରତା

ତିନି ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ପ୍ରତିଶ୍ରୁତି

​ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହରର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଏକମାତ୍ର ଟାଉନ୍ ହଲ୍‌ର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶେଷରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ହେବ ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହ୍ୟ ସମ୍ପନ୍ନ ଗୃହର ଭାଗ୍ୟ ବଦଳିବାକୁ ଯାଉଛି। ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଦୃଢ ଦାବି ଏବଂ ଆନ୍ଦୋଳନର ଚେତାବନୀ ପରେ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଆସନ୍ତା ଜୁନ୍ ମାସରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଅଗଷ୍ଟ ଶେଷ ସୁଦ୍ଧା ଏହା ଜନସାଧାରଣଙ୍କ ପାଇଁ ଉଦ୍‌ଘାଟନ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପ୍ରତିଶ୍ରୁତି ମିଳିଛି।

​ସହର ମଧ୍ୟଭାଗରେ ଥିବା ଏହି ଏକମାତ୍ର ସାଂସ୍କୃତିକ ଗୃହଟିର ଦୁରାବସ୍ଥା ଯୋଗୁଁ ଦୀର୍ଘ ଦିନ ହେବ ସହରରେ କୌଣସି ବଡ଼ ଧରଣର ସଭାସମିତି ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁ ନଥିଲା। ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥିବା ଏବଂ DPR (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ସରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହେଉଥିଲା। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

​ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଶତପଥି, ଉତ୍ତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ଦେବରାଜ ନାଗ, ସରୋଜ ଜାଲ, ପ୍ରଦୀପ ଯୁଏଡ ଓ ଶିବ ବେହେରା ପ୍ରମୁଖ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଥିଲା ଯେ, ଯଦି ତୁରନ୍ତ କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସହରବାସୀ ଗଣତାନ୍ତ୍ରିକ ପନ୍ଥାରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
​
​ଦାବିପତ୍ର ଗ୍ରହଣ କରିବା ପରେ ପୌରାଧ୍ୟକ୍ଷା ସଂଗଠନର ସଦସ୍ୟମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ସହରବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ସେ କହିଛନ୍ତି ଯେ, ଆସନ୍ତା ଜୁନ୍ ମାସ ମଧ୍ୟରେ ଟାଉନ୍ ହଲ୍‌ର ପୁନରୁଦ୍ଧାର କାର୍ଯ୍ୟ ନିଶ୍ଚିତ ଭାବେ ଆରମ୍ଭ କରାଯିବ ଏବଂ ଠିକ୍ ତିନି ମାସ ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ। ​ଅପରପକ୍ଷରେ, ପୌର ପରିଷଦର ନିର୍ବାହୀ ଅଧିକାରୀ ମଧ୍ୟ ଏହି ପ୍ରକଳ୍ପକୁ ଗୁରୁତ୍ୱର ସହ ନେଇ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ​ପୌର ପ୍ରଶାସନର ଏହି ସକାରାତ୍ମକ ପ୍ରତିଶ୍ରୁତି ପରେ ସହରର ବୁଦ୍ଧିଜୀବୀ ଓ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି। ଏବେ ସମସ୍ତଙ୍କ ନଜର ପ୍ରଶାସନର କାର୍ଯ୍ୟକାରିତା ଉପରେ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ ୭ କିଲୋଗ୍ରାମ ବାରହା ମାଂସ ଜବତ, କୋର୍ଟ ଚାଲାଣ କଲା ବନ ବିଭାଗ   04-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ   04-Nov-2026
  ଜିଲ୍ଲା  
ଭଗବାନପୁର ଲକ୍ଷ୍ମୀପୂଜା ପ୍ରତିଷ୍ଠାନର ସମ୍ବଦ୍ଧନା ସଭା   04-Nov-2026
  ଜିଲ୍ଲା  
ଝାରମୁଣ୍ଡା ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ   03-Nov-2026
  ଜିଲ୍ଲା  
ପୌରପରିଷଦ ପକ୍ଷରୁ ସକାଳେ ପଲିଥିନ ପାଇଁ ବିଭିନ୍ନ ଦୋକାନରେ ଚଢ଼ାଉ - ଦ୍ୱିପହରେ ପୌରାଧ୍ୟକ୍ଷା ଫେରାଇଲେ ବ୍ୟବସାୟୀଙ୍କ ଜିନିଷ ଓ ଜୋରିମାନା   03-Nov-2026
  ଜିଲ୍ଲା  
ତୁରେକେଲା ବ୍ଳକ ସ୍ତରୀୟ ସୁରଭି ଉଦଯାପିତ   03-Nov-2026
  ରାଜ୍ୟ  
ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲା ଜଗବନ୍ଧୁ ଜରାଶ୍ରମ   03-Nov-2026
  ଜିଲ୍ଲା  
*ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   03-Nov-2026
  ଜିଲ୍ଲା  
*ଝରୀଗାଁ ବ୍ଲକରେ ବାତ୍ୟା ବେଳେ ଚାଉଳ ସମସ୍ୟା ହନ୍ତସନ୍ତ ଚକଲାପଦର ପଞ୍ଚାୟତର ୬ ଟି ଗ୍ରାମର ଗ୍ରାମବାସୀ*   03-Nov-2026
  ଜିଲ୍ଲା  
ଡାବୁଗାଁ ବ୍ଲକ୍ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ ହେଲେ ରାଜେନ୍ଦ୍ର ବିଷୟୀ   03-Nov-2026
  ଜିଲ୍ଲା  
ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   03-Nov-2026
  ଜିଲ୍ଲା  
ଗାଏବ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପୁସ୍ତକ,,,,, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କର୍ମଚାରୀଙ୍କ ଅହୋରାତ୍ର ଧାରଣା   03-Nov-2026

You Might Also Like