-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||     

HOME   ଜିଲ୍ଲା

ଭଗବାନ ମହାବୀର ଜନ୍ମ କଲ୍ୟାଣ ମହୋତ୍ସବ

06-Apr-2026



କୁରସୁଡ (ମନୋଜ କୁମାର ଜୈନ) ଜୈନ ଧର୍ମର ୨୪ତମ ତୀର୍ଥଙ୍କର ଭଗବାନ ମହାବୀରଙ୍କ  ଜନ୍ମ କଲ୍ୟାଣ ମହୋତ୍ସବ ମହା ସମାରୋହରେ କଳାହାଣ୍ଡି ଜିଲ୍ଲାର ଲଡ୍ଡୁଗାଁରେ ଅନୁଷ୍ଠିତ ହୋଇଛି।  ଏକ ଭବ୍ଯ ଶୋଭାଯାତ୍ରା ବହାରିଥିବା ବେଳେ ଶିଶୁ ମାନେ ଭଗବାନ ମହାବୀର ସ୍ୱାମୀ, ଚନ୍ଦନବାଳା ଆଦିଙ୍କ ବେଶରେ ସୁସଜ୍ଜିତ ହୋଇ ସହର ପରିକ୍ରମଣ କରିଥିଲେ । ବହୁ ସଂଖ୍ୟକ ଶ୍ରାବକ-ଶ୍ରାବିକା ଯୋଗଦେଇ ପୁଣ୍ୟ ଲାଭ କରିଥିବା ବେଳେ ଏହାକୁ ଦେଖିବା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିଥିବା ସହ ସମସ୍ତ ଭାବବିହ୍ୱଳ ହୋଇ ଯାଇଥିଲେ । ଜୈନ ସ୍ବେତାମ୍ବର ତେରାପନ୍ଥ ଧର୍ମର ସଂଘ ଆଚାର୍ଯ୍ଯ ମହାଶ୍ରମଣଜୀଙ୍କ ଶିକ୍ଷ୍ୟ ମୁନିଶ୍ରୀ ହିମାଂଶୁ କୁମାର ଜୀ ଓ ମୁନିଶ୍ରୀ ହେମନ୍ତ କୁମାର ଜୀଙ୍କ ଉପସ୍ଥିତରେ ଜୈନ ଧର୍ମର ନମସ୍କାର ମହାମନ୍ତ୍ର ଉଚ୍ଚାରଣ କରାଯିବା ସହ ଭବ୍ଯ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ମୁନିଶ୍ରୀ ଭଗବାନ ମହାବୀରଙ୍କ ଜୀବନ ଦର୍ଶନ, ଅହିଂସା, ସତ୍ୟ, ଅପରିଗ୍ରହ ଓ କରୁଣା ବିଷୟରେ ଉପଦେଶ ଦେଇ ସମସ୍ତଙ୍କୁ ଏହି ମୂଲ୍ୟବୋଧ ଅନୁସରଣ କରିବାକୁ ପ୍ରେରିତ କରିଥିଲେ। ସମାରୋହରେ ସ୍ୱାଗତ ଭାଷଣ ଲଡୁଗାଁର ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଧାର୍ମିକ କାର୍ଯ୍ୟକଳାପ ଓ ଭକ୍ତିମୟ କାର୍ଯ୍ୟସୂଚୀ ଆୟୋଜିତ ହୋଇଥିଲା, ଯାହାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା। ଏହି ଅବସରରେ ଭବାନୀପାଟଣା, କେସିଙ୍ଗା,ସିନାପାଳି, ବଲାଙ୍ଗିର, କାଣ୍ଟାବାଞ୍ଜି, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିନ୍ଧେକେଲା, କୁରସୁଡ, ଚାନ୍ଦୁତାରା, ରାମପୁର, ରାୟଗଡା, ବିଜୟନଗରମ, ପାପଡାହାଣ୍ଡି,  ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ତୁଷୁରା, ବେଲପଡା  ଆଦି ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରାବକ-ଶ୍ରାବିକାମାନେ ଯୋଗଦେଇଥିଲେ ।  ପୁନମ ଜୈନଙ୍କ ଦ୍ୱାରା ଆଭାର ଜ୍ଞାପନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନୁଭୂତି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ଯ ଯେ, ଏହି ଗ୍ରାମରେ ଜୈନ ଧର୍ମ ଅନୁରାଗୀ ଏକ ମାତ୍ର ପରିବାର ଜିତମଲ ଜୈନଙ୍କ ଅଟେ। ତାଙ୍କର ଦୁଇ ପୁତ୍ର ଆଲୋକ ଜୈନ ଓ ପୁନମ ଜୈନ ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like