-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
15-Mar-2026
(ରଂଜିତ ମହାନ୍ତି )
ଆଜି ମଧ୍ୟାହ୍ନରେ ବରୀ ମାଉଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟଟି ହଠାତ ଭାଙ୍ଗି ପଡିଥିଲା । ଖୁଣ୍ଟଟି ଭାଙ୍ଗି ଯାଇ ଅନ୍ୟ ଏକ ଲୁହା ଖୁଣ୍ଟ ଉପରେ ପଡିଥିଲା । ଏ ନେଇ ଉପସ୍ଥିତ ଲୋକେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ । ପରେ ଏ ନେଇ ଉପଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଛି । ସିମେଣ୍ଟ ଖୁଣ୍ଟଟି ଦୁର୍ବଳ ହୋଇ ପଡିବାରୁ ଭାଙ୍ଗି ଯାଇଥିବା ଦେଖୁବାକୁ ମିଳିଛି ।