-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
30-Dec-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରଥମେ ସଂପାଦକଙ୍କ ଦ୍ବାରା ପୂର୍ବ ବୈଠକର ବିବରଣୀ ପଠନ ଏବଂ ଦୃଢୀକରଣ ପରେ ଆଜିର ପ୍ରସ୍ତାବ ସବୁ ଆଲୋଚିତ ହୋଇ ସର୍ବସମ୍ମତି ସିଦ୍ଧାନ୍ତ ଗୃହୀତ ହେଲା। ସମାଜର ଜଣେ ସଦସ୍ଯ ରବୀନ୍ଦ୍ର ମିଶ୍ରଙ୍କ ଆଶୁ ଆରୋଗ୍ଯ କାମନାକରି ପ୍ରଥମେ ଭଗବାନ ନୃସିଂହଙ୍କ ସମକ୍ଷରେ ସମବେତ ପ୍ରାର୍ଥନା କରାଯାଇଥିଲା ପରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିଲା l