-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Nov-2025
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଘର ଅଗଣାରେ ଖେଳୁଥିବା ତିନି ବର୍ଷର ଶିଶୁକୁ ସେହି ଗ୍ରାମର ଜଣେ ଉନ୍ମତ୍ତ ଯୁବକ ରାସ୍ତା ଉପରେ କଚାଡ଼ି ହତ୍ୟା ଉଦ୍ୟମ କରିଛି। ଏନେଇ ଶିଶୁପୁତ୍ରର ବାପା ଅରୁଣ ପନକା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ଡମୁ ପନକାକୁ ଗିରଫ କରିଛି ବୋରିଗାଁ ଗ୍ରାମର ଅରୁଣ ପନକାଙ୍କ ୩ ବର୍ଷର ଶିଶୁପୁତ୍ର ଯଶପ୍ରିତ ପନକା ଗତ ଶୁକ୍ରବାର ସକାଳ ୯ ଘଣ୍ଟ ସମୟରେ ନିଜ ଘର ବାରଣ୍ଡାରେ ଖେଳୁଥିଲା। ସେହି ସମୟରେ ଅରୁଣ ପନକାଙ୍କ ପଡ଼ୋଶୀ ମିଥୁଳା ପନକା ଶିଶୁପୁତ୍ରକୁ ଧରି ତାଙ୍କ ପଡ଼ୋଶୀ ତୁଳସୀ ପନକା ଘରକୁ ନେଇଥିଲେ। ତୁଳସୀ ପନକା ଘରେ ଶିଶୁପୁତ୍ର ଯଶପ୍ରିତ ଖେଳୁଥିଲା। ଏହି ସମୟରେ ସେହି ଗ୍ରାମର ଡମୁ ପନକା (୩୭) ହଠାତ୍ ଘରେ ପଶି ଶିଶୁପୁତ୍ରକୁ ଘୋଷାରି ବାହାରକୁ ଆଣିଥିଲା। ରାସ୍ତା ଉପରେ ଶିଶୁକୁ ଦୁଇ ଗୋଡ଼ ଧରି ଉପରୁ ତଳକୁ କଚାଡ଼ି ଦେଇଥିଲା। ଫଳରେ ଶିଶୁପୁତ୍ର ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲା। ଏହି ଘଟଣା ସିସି ଟିଭି ରେ କେଏଡ଼ ହେଇଥିବା ସୂଚନା ମିଳିଛି।ପାଖରେ ଥିବା ଗ୍ରାମବାସୀ ଶିଶୁକୁ ଉଦ୍ଧାର କରିଥିଲେ | ପରେ ଡମୁ ପନକା ଚମ୍ପଟ ମାରିଥିଲା। ପରିବାର ଲୋକେ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ଶିଶୁପୁତ୍ରର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉମରକୋଟର ଏକ ଘରୋଇ ଡାକ୍ତରଖାନାରେ ଭତ୍ତ କରିଥିଲେ। ଏନେଇ ଡାବୁଗାଁ ଥାନାରେ କେସ୍ ନଂ-୨୨୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ଚନ୍ଦ୍ରଶେଖର ହଜାରି କହିଛନ୍ତି ।