-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||     

HOME   ରାଜ୍ୟ

ପୂର୍ବଗଣ୍ଡଗୋଳକୁ ନେଇ ଦେଓଗାଁରେ ଉତ୍ତେଜନା.. ଘରେ ଓ ଦୋକାନରେ ନିଆଁଲଗାଇ ଜୀବନ୍ତ ଜାଳିଦେବାର ଉଦ୍ୟମ,୧୨ଗିରଫ

03-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଠାରେ ଏକ ପୂର୍ବଗଣ୍ଡଗୋଳ ଘଟଣାକୁ ନେଇ ଜଣେ ଅଭିଯୁକ୍ତର ଘରେ ଓ ଦୋକାନରେ ନିଆଁଲଗାଇ ପୋଡିଦେବାର ଉଦ୍ୟମ ହୋଇଛି। ଏହି ଘଟଣାରେ ଦେଓଗାଁଥାନାରେ ଏକ ମାମଲା ରୁଜୁ କରାଯାଇ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି।
  ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଗତ କିଛିଦିନ ତଳେ ଦେଓଗାଁରେ ରହୁଥିବା ଜଣେ ଭିନ୍ନସଂପ୍ରଦାୟର ଯୁବକ ବଲାଙ୍ଗୀର ସହର ସହିତ ଅନ୍ୟଗ୍ରାମର କିଛି ଅପରାଧି ଗୋଷ୍ଠୀଙ୍କୁ ଡକାଇ ଆତଙ୍କରାଜ ଚଳାଇଥିଲା। ଅପରାଧି ଗୋଷ୍ଠୀ ଖୋଲାଖୋଲି ମାରଣାସ୍ତ୍ର ଧରି ଦେଓଗାଁର ସାହୁପଡା ରେ ଆତଙ୍କରାଜ ଖେଳାଇଥିଲେ। ଏହାକୁ ପ୍ରତିବାଦ କରି ଦେଓଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟଲୋକେ ଥାନା ଘେରାଉ କରି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ । ସେହି ଘଟଣାରେ ଦେଓଗାଁରେ ରହୁଥିବା ଭିନ୍ନ ସଂପ୍ରଦାୟର ମୁଖ୍ୟଅଭିଯୁକ୍ତ ସାନାଉଲ୍ଲା ଖାଁ ସମେତ ୫ଜଣ ଯୁବକ ଗିରଫ ହୋଇ ଜେଲ ଯାଇଥିଲେ। ସେମାନେ କୋର୍ଟରୁ ଜାମିନରେ ଆସିବା ପରେ ରବିବାର ଦିନ ଗାଁରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ଚାଲିଥିବା ବେଳେ ହଠାତ ପ୍ରତିଶୋଧ ପରାୟଣ ହୋଇ ୪୦ରୁ ୫୦ଜଣ ଉତ୍ୟକ୍ତ ଲୋକ ସ୍ଥାନୀୟ ଜଣେ ବ୍ୟକ୍ତିର ପ୍ରରୋଚନାରେ ସାନାଉଲ୍ଲା ଖାଁର ଘରକୁ ପଶି ଘରେ ଓ ଦୋକାନରେ ନିଆଁ ଲଗାଇ ଆତଙ୍କ ଖେଳାଇ ଦେଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଫଳରେ ଘରେ ଥିବା ସାନାଉଲ୍ଲା ଖାଁର ପରିବାର ବର୍ଗ ଜୀଅନ୍ତା ଜଳିଯିବାର ଆଶଂକା ଥିଲା। ଦେଓଗାଁ ପୋଲିସ ପହଞ୍ଚି ସାନାଉଲ୍ଲା ଖାଁର ପରିବାରବର୍ଗଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ ପହଞ୍ଚିଲା ବେଳେ ନିଆଁ ଲଗାଇଥିବା ଯୁବକ ମାନେ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦେଓଗାଁ ଆଇଆଇସି ବୁଲୁ ମୁଣ୍ଡା ସଦଳବଳେ କୌଣସି ପ୍ରକାରେ ପରିସ୍ଥିତିକୁ ଆୟତ୍ତ କରିଥିଲେ। ଦେଓଗାଁ ଅଗ୍ନୀଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ଦେଓଗାଁ ଥାନାରେ ଏନେଇ ସାନାଉଲ୍ଲା ଖାଁର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରି ଦେଓଗାଁର ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାକୁ ନେଇ ଆଗକୁ ଯେଭଳି କିଛି ଅଘଟଣ ନଘଟେ ସେନେଇ ପୋଲିସ ସତର୍କ ରହିଛି ବୋଲି ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ୨୦୦୮ ମସିହାରେ ସେହି ଦେଓଗାଁଥାନା ଅନ୍ତର୍ଗତ ମୁରସିଂ ଗ୍ରାମରେ ଥିବା ଏକ ଚର୍ଚ୍ଚରେ ନିଆଁ ଲଗାଇ ଦଙ୍ଗା ସୃଷ୍ଟିକରିଥିବା ଅଭିଯୁକ୍ତ ଏହି ଘଟଣାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ରହିଛି ଓ ସେ ଫେରାର ରହିଛି। ତେଣୁ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ରହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟୁନା ଦଳେଇ, ସିତାରାମ ସାହୁ, ରାଜେଶ ଅଗ୍ରୱାଲ, ରାମଚନ୍ଦ୍ର ସାହୁ, ସୁଶାନ୍ତ ମେହେର, ଜିତୁନ ଠେଲା, ଅମର ନନ୍ଦ, ଲବ ସାହୁ, କୁଶ ସାହୁ, ଲିଲୁ ବାରିକ, ରାଜୁ ସାହୁ, ଉମେଶ ସାହୁ ପ୍ରମୁଖ ରହିଛନ୍ତି । ଏମାନଙ୍କ ନାମରେ ଦେଓଗାଁ ଥାନାରେ କେସ ନମ୍ବର- ୩୬୧/ ୨୫, ଦଫା- ୬୧(୨)/୧୯୧(୨)/୧୯୧(୩)/୨୯୬(୩)/୨୯୬/ ୩୫୧(୨)/୧୦୯(ଏଫ)୩୨୬(ଜି)/୧୯୦ ବିଏନଏସ/୭ କ୍ରିମିନାଲ ଲ ଏମେଣ୍ଡମେଣ୍ଟ ଏକ୍ଟରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026

You Might Also Like