-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||     

HOME   ରାଜନୀତି

ନୂଆଁପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଉପରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ପ୍ରମୋଦ ମିଶ୍ର

26-Oct-2025



ବଲାଙ୍ଗୀର (ପ୍ରେରଣା ଖବର): ସଂପ୍ରତି ନୂଆଁପଡା ଉପ ନିର୍ବାଚନ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନୂଆଁପଡା ଏବେ ରାଜ୍ୟର ରାଜନୈତିକ ରାଜଧାନୀ ଭଳି ପ୍ରତୀୟମାନ ହେଉଛି। ଗୋଟିଏ ପଟରେ ଆଦିବାସୀ ଭୋଟ ଓ ବିଗତ ବିଧାନସଭା ନିର୍ବାଚନର ରାଜନୈତିକ ପରିସଂଖ୍ୟାନକୁ ନେଇ କଂଗ୍ରେସ ଦଳ ବାହାସ୍ପୋଟ ମାରୁଥିବା ବେଳେ ଦିବଂଗତ ବିଧାୟକଙ୍କ ପାଳିତ ପୁତ୍ରଙ୍କୁ ପ୍ରାର୍ଥୀ କରି ଓ ଶାସନ କଳ, ଶାସନ ତନ୍ତ୍ର ଓ ପେକେଜ ଘୋଷଣାକୁ ଭିତି କରି ବିଜେପି ଦଳ ଜତିବାର ଦମ୍ଭ ଦେଖାଉଛି। ବିଳମ୍ବରେ ହେଉ ବରଂ ଅତାବିରା ର ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ବାଗ୍ମୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀପତ୍ର ଦାଖଲ କଲା ପରେ ବିଜେଡିର ସାଂଗଠନିକ ଭିତି କୁ ପୁନର୍ଗଠନ କରି ଓ ବିରୋଧୀ ଦଳ ନେତା ମାନ୍ୟବର ନବୀନ ପଟ୍ଟନାୟକଙ୍କ ବଂଚିଥିବା ବ୍ୟକ୍ତିତ୍ୱକୁ ଭିତ୍ତି କରି ବିଜେଡି ମଧ୍ୟ ଜିତିବାର ହୁଂକାର ଦେଇଛି। ପ୍ରାର୍ଥ ହିସାବରେ ବିଜେପି ପ୍ରାର୍ଥୀ ନବାଗତ ଓ ସଂପୂର୍ଣ୍ଣ ରୂପେ ତାଙ୍କର ବିଜେପିକରଣ ହୋଇନାହିଁ, କଂଗ୍ରେସ ପ୍ରାର୍ଥୀ ଉକ୍ତ ନିର୍ବାଚନ ମଣ୍ଡଳୀ ରେ ୪/୫ ଥର ହାରି ସାରିଛନ୍ତି ତଥା ବିଜେଡି ପ୍ରାର୍ଥୀନୀ ଅଭିଜ୍ଞ ଓ ଉଚ୍ଚ ଶିକ୍ଷିତା ହୋଇଥିଲେ ମଧ୍ୟ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ପ୍ରାର୍ଥୀ ତେଣୁ ଲଢେଇ ରୋଚକ ହେଉଛି । କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି ଓ ସେମାନେ ମଧ୍ୟ କିଛି ଭୋଟ ପାଇପାରନ୍ତି । କିନ୍ତୁ ଆଲୋଚ୍ୟ ର ବିଷୟ ହେଲା ଯେ ଆଦିବାସୀ ଭୋଟ ଏଥରକ ଆଉ ଏକତରଫା ଭାବରେ ପଡିବ ନାହିଁ ବୋଲି ସର୍ଭେଅକଳନ କରୁଛନ୍ତି ।

ସାଧାରଣତଃ ଉପନିର୍ବାଚନମାନଙ୍କୁ ଶାସକ ଦଳ ସୁବିଧା ରେ ରହନ୍ତି, କିନ୍ତୁ ଶାସନକୁ ଆସିଲା ପରେ ବିଜେପି ଗତ ୧୫/୧୬ ମାସ ମଧ୍ୟରେ ଯେଭଳି ଭାବରେ ଶାସନ ବିହୀନତାର ଅଭିଯୋଗରେ ଅଭିଯୁକ୍ତ ହେଉଛି, ତା ପାଇଁ ଏହି ନିର୍ବାଚନ ଏସିଡ ଟେଷ୍ଟ ଭଳି ହୋଇଛି। ଶାସନରୁ ଗଲା ପରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରୟତା କେତେ ଅଛି ତାହା ଏହି ନିବାଚନରେ ପ୍ରମାଣିତ ହେବ। ଠିକ୍ ସେହିଭଳି କଂଗ୍ରେସ ଦଳକୁ ଲୋକେ ଗ୍ରହଣ କରିବାକୁ କେତେ ଚାହୁଛନ୍ତି ତାହା ମଧ୍ୟ ଏହି ନିର୍ବାଚନ ରେ ସାବିତ ହେବ । କିନ୍ତୁ କଥା ତାହା ନୁହେ । ସବୁ ଦଳ ଓ ସବୁ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ କେବଳ ପ୍ରତିଶୃତି ଦିଆ, ମିଶ୍ରଣ ପର୍ବ ଓ ବାହାସ୍ପୋଟ ମାରିବାରେ ବ୍ୟସ୍ତ ଅଛନ୍ତି । ଲୋକଙ୍କ ମୌଳିକ ସମସ୍ୟା ଓ ପ୍ରଶ୍ନ ଏହି ନିର୍ବାଚନ ରେ ଆଲୋଚିତ ହେଉ ନାହିଁ । ଗତ ୩ ଦଶକ ହେଲା କୋଶଳାଂଚଳରେ ସଂବିଧାନର ଧାରା ୩ ଅନଯାୟୀ ସ୍ୱତନ୍ତ୍ର ରାଜ୍ୟ ଆନ୍ଦୋଳନ ଚାଲିଛି । ଦୁଇ ଦଶକ ଧରି କୋଶଳାଂଚଳରେ ହାଇକୋର୍ଟ ର ସ୍ଥାୟୀ ବେଂଚ ଦାବି

ଆନ୍ଦୋଳନ ଚାଲିଥିଲା । ଚାଷୀ ଆତ୍ମହତ୍ୟା, ଅଭାବୀ ବିକ୍ରି, ଦାଦନ ସମସ୍ୟା, ଟୋକନ ସମସ୍ୟା ଇତ୍ୟାଦି ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ରହିଛି । ବିଶେଷ କରି ନୂଆଁପଡା ଏକ ଦାଦନ ପ୍ରବଣ ଜଲ୍ଲା । ସେହି ଜିଲ୍ଲାର ଅନେକ ସମସ୍ୟା ରହିଛି । ତେଣୁ ଏହି ପ୍ରସଙ୍ଗ ସବୁ ନିର୍ବାଚନ ରେ ଆଲୋଚିତ ହେବା କଥା । ତାହା ନ କରି କେବଳ କ୍ଷମତା ପାଇଁ ଦଳମାନେ ପାଗଳ ହେବା ବିଡମ୍ବନା ର ବିଷୟ । ବିଭିନ୍ନ ସମୟରେ ନିଜର କିମ୍ବା ନିଜ ପରିବାରର ରାଜନୈତିକ ପତିଆରା ପାଇଁ କିଛି ନେତା କୋସଳ ନାଁ ଧରି ଦେଉଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନେତା ବିଗତ ଦିନରେ କୋସଳ ଆନ୍ଦୋଳନକୁ ବିଭାଜିତ କରିବାକୁ ମଧ୍ୟ ପ୍ରୟାସ କରିଥିଲେ । କିନ୍ତୁ କେହି ହେଲେ କୋସଳ ରାଜ୍ୟ ସପକ୍ଷରେ କିଛି କରୁ ନାହାନ୍ତି କିମ୍ବା ବୈଧାନିକ ପଦକ୍ଷେପ ନେଉନାହାନ୍ତି । ଏଣୁ ନୂଆଁପଡାର ଭୋଟର ଭାଇ ଭଉଣୀମାନେ ଭୋଟ ପୂର୍ବରୁ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କୁ କୋସଳ ରାଜ୍ୟ ଦାବୀ ସଂପର୍କ ରେ ସ୍ପଷ୍ଟୀକରଣ ମାଗନ୍ତୁ ବୋଲି କୋସଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026

You Might Also Like