-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
21-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି l ସକାଳ ୧୦ ଟା ବେଳେ ଘଣ୍ଟ ବାଦ୍ୟ ସହ ବାଜା ବଜେଇ ସ୍ଥାନୀୟ ମହାନଦୀ ସ୍ଥିତ ତେନ୍ତୁଳି ଘାଟରୁ ମା ଗଙ୍ଗାଙ୍କ ପୂଜା ସହ ଜଳ ଆଣି କଳସ ଶୋଭାଯାତ୍ରା ହେବା ପରେ ମା ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଅପରାହ୍ନ ରେ ସାମୂହିକ ପ୍ରସାଦ ସେବନ ହୋଇଥିଲା l ଏବଂ ରାତି ରେ ମା କାଳୀ ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ସପ୍ତଶତୀ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇ ରାତି ୩.୩୦ ଟା ବେଳେ ମହା ଆଳତୀ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା l ମନ୍ଦିରର ପୁଜକ ସୁରୁବାବୁ ଡାଙ୍ଗୁଆଙ୍କ ସହ ଆଚାର୍ଯ୍ୟ ପଣ୍ତିତ ଆନନ୍ଦ କୁମାର ମିଶ୍ର ସମଗ୍ର ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ କର୍ତ୍ତା ଭାବରେ ରାଜ କିଶୋର ତ୍ରିପାଠୀ, ପିଣ୍ଟୁ ମିଶ୍ର, ମାନଭଞ୍ଜନ ମିଶ୍ର, ଘାସିରାମ ମିଶ୍ର, ପ୍ରଭାତ ସାବତ, ଚକ୍ର ମହାପାତ୍ର ପ୍ରମୁଖ ଚଣ୍ଡିଯଜ୍ଞ ରେ ସହଯୋଗ କରିଥିବା ବେଳେ ମଙ୍ଗୁଲୁ ଡାଙ୍ଗୁଆ, ବିଶ୍ବ ରଞ୍ଜନ ପୂଜାହାରି, କପିଳ ଭୋଇ, ଅଜୟ ବେହେରା, ଆନନ୍ଦ ଭୂଷି, ପ୍ରଶାନ୍ତ ତରିଆ ଙ୍କ ସମେତ ଅନେକ ଭକ୍ତ ଉପସ୍ଥିତ ଥିବାବେଳେ ସମସ୍ତ ଭକ୍ତଙ୍କ ସହଯୋଗରେ ପୂଜା କାର୍ଯ୍ୟ, ପ୍ରସାଦ ସେବନ ଓ ଯଜ୍ଞ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା l