-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ନୟାଗଡ ଜିଲ୍ଲା ଭାପୁର ବ୍କକ ଅନ୍ତର୍ଗତ ବିଜିପୁର ଗ୍ରାମପଞ୍ଚାୟତ ଦୁବପଲ୍ଲୀ ଗ୍ରାମର ୫ ବର୍ଷ ଝିଅର ଦୁଇଟି ଆଖି ଟ୍ୟୁମର ଓ କ୍ୟାନସର। ଦୁବପଲ୍ଲୀ ଗ୍ରାମର ଲଲି ପ୍ରଧାନ୨(୨୪)ଙ୍କ ସ୍ୱାମୀ ପବିତ୍ର ପ୍ରଧାନ(୩୦), ଶଶୁର ଲିଙ୍ଗରାଜ ପ୍ରଧାନ(୬୫),ବଡଝିଅ ଶୁଭଲକ୍ଷ୍ମୀ(୮),ସାନଝିଅ ଭାଗ୍ୟଲକ୍ଷ୍ମୀ(୫)କୁ ନେଇ ପରିବାର। ସାତ ବର୍ଷ ତଳେ ଶାଶୁ ପାରାଲେସନ ଓ ହୃଦଘାତରେ ରୋଗଶଯ୍ୟାରେ ପଡି ପଡି ଚିକିତ୍ସିତ ଅବସ୍ଥାରେ ଆରପାରିକୁ ଚାଲିଯାଇଥିଲେ । ସେ ଭୂମିହୀନ ଅଟନ୍ତି । ଶଶୁର ଅର୍ଦ୍ଧପାଗଳ ଅଟନ୍ତି । ସ୍ୱାମୀ ମୁଲଲାଗି ଯେଉଁ ରୋଜଗାର କରନ୍ତି ଘରର ଗୁଜରାଣ ମେଣ୍ଟାଇ ଥାନ୍ତି ।ଶଶୁରଙ୍କ ଭର୍ତ୍ତା ଟଙ୍କା ରେ ଚଳିଥାନ୍ତି । ସାନଝିଅକୁ ଅଢେ଼ଇ ବର୍ଷ ପରେ ଆଖି କଷ୍ଟ ହେବା ଓ ଆଖି ବାହାରକୁ ବାହାରି ଆସିବା ଭଳି ଦେଖା ଯିବାରୁ ନୟାଗଡ଼ ମେଡିକାଲ,ଖୋର୍ଦ୍ଧା,ମେଡିକାଲ,ଏମ୍ସ ଓ କଟକ ମେଡିକାଲ ନେଇ ଚିକିତ୍ସା କରିଥିଲେ ।ଶେଷରେ କଟକ କ୍ୟାନସର ରେ ପରୀକ୍ଷା ପରେ ଜାଣିବାକୁ ପାଇଥିଲେ ଝିଅର ଆଖି ଭିତରେ ଟ୍ୟୁମର ଓ କ୍ୟାନସର ହୋଇଛି ।ସେତେବେଳେକୁ ମାଆ ବାପାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଝିଅର ଚିକିତ୍ସା ପାଇଁ ଏତେ ଅର୍ଥ ଆଣିବେ କେଉଁଠୁ। ଏଇ ଚିନ୍ତାରେ ବାପା ମାଆ ଓ ଜେଜେ ଆଖିରୁ ଲୁହ ଶୁଖୁ ନାହିଁ।ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଝିଅର ଆଖି ବାହାରକୁ ବାହାରି ଆସିଲା ଭଳି ଲାଗୁଛି।