-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

ପାଟନାରେ ୨୫ ସେପ୍ଟେମ୍ବରରୁ ସାହିତ୍ୟ ଏକାଡେମୀର ‘ଉନ୍ମେଷ: ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ’ ଯୋଗ ଦେବେ ଭାରତ ଏବଂ ବିଦେଶର ୧୦୦ ଭାଷାର ୫୫୦ ଲେଖକ

10-Sep-2025



ନୂଆଦିଲ୍ଲୀ,  ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଉନ୍ମେଷର ତୃତୀୟ ସଂସ୍କରଣ ଏଥର ୨୫ ରୁ ୨୮ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବିହାରର ପାଟନାସ୍ଥିତ ସମ୍ରାଟ ଅଶୋକ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ବିହାର ସରକାରଙ୍କ ସହଯୋଗରେ ମିଳିତ ଭାବରେ ଆୟୋଜିତ ହେଉଛି। ଆଜି ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରାଳୟର ସଚିବ ବିବେକ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ବିଜ୍ଞାନ ଭବନରେ ସେପ୍ଟେମ୍ବର ୧୧-୧୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଆଲୋଚନାଚକ୍ର ବିଷୟରେ ମଧ୍ୟ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହା 'ଜ୍ଞାନ ଭାରତମ୍' ଅଧୀନରେ ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନ ଐତିହ୍ୟକୁ ପୁନରୁଦ୍ଧାର କରିବାର ଯୋଜନା। ସଂସ୍କୃତି ମନ୍ତ୍ରାଳୟର ଅତିରିକ୍ତ ସଚିବ ଅମିତା ପ୍ରସାଦ ସରାଭାଇ, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ସଦସ୍ୟ ସଚିବ ଡକ୍ଟର ସଚ୍ଚିଦାନନ୍ଦ ଜୋଶୀ ଏବଂ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

'ଉନ୍ମେଷ' ଅଂଶଗ୍ରହଣକାରୀ ସାହିତ୍ୟିକଙ୍କ ସଂଖ୍ୟା ଦୃଷ୍ଟିରୁ ଏସିଆର ସର୍ବବୃହତ ସାହିତ୍ୟ ମହୋତ୍ସବ। ଚଳିତ ବର୍ଷ ଭାରତ ଏବଂ ବିଦେଶର ପ୍ରାୟ ୫୫୦ ଜଣ ପ୍ରଖ୍ୟାତ ଲେଖକ, କବି, ବିଦ୍ୱାନ, ଅନୁବାଦକ, ପ୍ରକାଶକ ଏବଂ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରାୟ ୯୦ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୧୦୦ଟି ଭାଷାର ପ୍ରତିନିଧିତ୍ୱ କରିବେ। ୧୨ଟି ଅନ୍ୟ ଦେଶର ଲେଖକ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ। ବିହାରର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ଅମୋଲ ପାଲେକର, ଜାଭେଦ ଅଖତର, ଗିରିଶ କାସରବଲ୍ଲୀ, ଶ୍ରୀମତୀ ସୋନାଲ ମାନସିଂହ ଏବଂ ଭାରତରେ ନିଯୁକ୍ତ କେତେକ ଦେଶର ରାଷ୍ଟ୍ରଦୂତଙ୍କ ସମେତ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ସୂଚନୋଯାଗ୍ୟ  ଯେ ଉନ୍ମେଷର ପୂର୍ବ ଦୁଇଟି ସଂସ୍କରଣ ୨୦୨୨ ରେ ସିମଲା ଏବଂ ୨୦୨୩ରେ ଭୋପାଳରେ ଆୟୋଜିତ ହୋଇଥିଲା।
ମହୋତ୍ସବରେ କବିତା ଏବଂ କାହାଣୀ ପାଠ ବ୍ୟତୀତ ସାହିତ୍ୟ ଏବଂ ଅନ୍ୟାନ୍ୟ କଳାର ସହଭାଗୀ ଜଗତ, ଉତ୍ତର-ଆଧୁନିକ ଭାରତୀୟ ସାହିତ୍ୟ ଏବଂ ସିନେମା, ସାମାଜିକ ଗଣମାଧ୍ୟମ ଏବଂ ସାହିତ୍ୟ, ଆଦିବାସୀ ସମ୍ପ୍ରଦାୟର ପ୍ରବାସ ଏବଂ ପରିଚୟ ସଙ୍କଟ, ବିଦେଶୀ ଭାଷାରେ ଭାରତୀୟ ସାହିତ୍ୟର ପ୍ରଚାର, ବିହାରର ସାହିତ୍ୟିକ ଐତିହ୍ୟ, ଜାତୀୟ ଶିକ୍ଷା ନୀତିରେ ସାହିତ୍ୟର ଭୂମିକା, ଭାରତୀୟ ନାଟକରେ ବିସ୍ଥାପନ ଆଦି ବିଷୟରେ ଆଲୋଚନା କରାଯିବ।
ଉତ୍ସବରେ ଅଂଶଗ୍ରହଣ କରୁଥିବା ଅନ୍ୟ କେତେକ ବିଶିଷ୍ଟ ଲେଖକ, ବିଦ୍ୱାନ ଏବଂ କଳାକାର ହେଉଛନ୍ତି ନବତେଜ ସରନା, ପ୍ରତିଭା ରାୟ, ଅରୁଣ କମଲ, ବିଶ୍ବାସ ପାଟିଲ, ଜେରି ପିଣ୍ଟୋ, ବିଶ୍ୱନାଥ ପ୍ରସାଦ ତିୱାରୀ, କପିଲ କପୁର, ଉଦୟ ନାରାୟଣ ସିଂହ, ଅନିସୁର ରହମାନ, ସୁବୋଧ ସରକାର, ଶିନ୍ କାଫ୍ ନିଜାମ୍, ହରିବଂଶ, ଭାରତ ଗୁପ୍ତା, ରାମବଚନ ରାୟ, ଲକ୍ଷ୍ମଣ ଗାୟକୱାଡ୍, ଅନାମିକା, ମାମଙ୍ଗ ଦାଇ, ବାମନ କେନ୍ଦ୍ରେ, ଭାନୁ ଭାରତୀ, ଏମ.କେ. ରୈନା, ଶରଣ କୁମାର ଲିମ୍ବାଲେ, ହୃଷୀକେଶ ସୁଲଭ, ମହାଦେବ ଟପ୍ପୋ, ହୋଶାଙ୍ଗ ମର୍ଚ୍ଚାଣ୍ଟ, କାଞ୍ଜି ପଟେଲ, ଏଚ୍.ଏସ୍. ଶିବପ୍ରକାଶ, ଅଭିରାଜ ରାଜେନ୍ଦ୍ର ମିଶ୍ର, ହର ପ୍ରସାଦ ଦାସ, ଅଶୋକ ଚକ୍ରଧର, ପି. ଶିବକାମି, ଲିଲିଟ ଦୁବେ, ଏବଂ ମାଳିନୀ ଅବସ୍ଥି ପ୍ରମୁଖ। ମହୋତ୍ସବର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like