-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଫୁଲବାଣୀ ଠାରେ ଜାତୀୟ ନୂତନ ଶିକ୍ଷା ନୀତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

04-Aug-2025



ଫୁଲବାଣୀ(ପ୍ରେରଣା ଖବର): ବନାନୀ କଳା ସଂଙ୍ଗମ ଫୁଲବାଣୀ ଠାରେ ମିଳିତ ନାଗରିକ କମିଟି ଆନୁକୂଲ୍ୟରେ ଜାତୀୟ ନୂତନ  ଶିକ୍ଷାନୀତି- ୨୦୨୦ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ଅତିଥି ଓ ଶିକ୍ଷାବିତ ମାନଙ୍କୁ ସ୍ୱାଗତ କରିବା ପରେ ଜାତୀୟ ନୂତନ ଶିକ୍ଷା ନୀତି ଚଳିତ ବର୍ଷ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବେଳେ ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ କିପରି ଗ୍ରହଣୀୟ ହେବ ଓ ଓଡିଆ ଭାଷା ରେ ଶିକ୍ଷାଦାନ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ସେ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ଏନସିଆରଟିର ବରିଷ୍ଠ ପରାମର୍ଶଦାତା ଫୁଲବାଣୀର  ବିନୟକୃଷ୍ଣ ପଟନାୟକ ଯୋଗ ଦେଇ ନୂତନ ଶିକ୍ଷା ନୀତିରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଏହାର ନିୟମିତ ସମୀକ୍ଷା କରୁଥିବା କହିଥିଲେ। ୧୯୮୬ରେ ଏକ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା, ଯେଉଁଥିରେ କୌଣସି ସମୟସୀମା ଧାର୍ଯ୍ୟ ହୋଇନଥିବାରୁ ଆମ ଦେଶର ଶିକ୍ଷାରେ ଆଶାନୁରୂପ ଅଗ୍ରଗତି ହୋଇପାରି ନଥିଲା। କିନ୍ତୁ ୨୦୨୦ରେ ପ୍ରସ୍ତୁତ ହୋଇଥିବା  ଜାତୀୟ ଶିକ୍ଷାନୀତି ଆମ ଭାରତୀୟ  ଜାତୀୟତାର ପ୍ରାମାଣିକ ତଥ୍ୟକୁ ନେଇ ଆନ୍ତର୍ଜାତିୟ ସ୍ତରର ପାଠ୍ୟ କ୍ରମକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଥିବା  ଶ୍ରୀ ପଟନାୟକ ସୂଚନା ଦେଇଥିଲେ।ଡଃ କସ୍ତୁରୀ ରାଜନ ଓ ମଞୁର ଭାର୍ଗବଙ୍କ ଭଳି ବହୁ  ବରିଷ୍ଠ ଶିକ୍ଷାବିତ ପାଠ୍ୟକ୍ରମର ପ୍ରତି ଶଦ୍ଦକୁ  ବୈଞାନିକ ସିଦ୍ଧାନ୍ତ ଅନୁଯାୟୀ ବାରମ୍ବାର ସମୀକ୍ଷା କରିବା ପରେ ମୁଦ୍ରଣ ପାଇଁ ପଠାଯାଉଥିବା ସୂଚନା ଦେଇଥିଲେ।ଆନ୍ତର୍ଜାତୀୟ ସ୍ତରରେ ଭାତତୀୟ ଛାତ୍ର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହୁଥିବା ବେଳେ କୌଣସି ଵିଶ୍ୱ ବିଦ୍ୟାଳୟ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଉନଥିଲା।ନୂତନ ଶିକ୍ଷା ନୀତିରେ ସ୍ଥାନୀୟ ଞାନକୌଶଳ ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ଭିତ୍ତିଭୂମି ଓ କ୍ଲଷ୍ଟର ସ୍ତରରେ ସବୁ ବିଷୟର ଶିକ୍ଷାବିତ ରହି ପଞ୍ଚାୟତ ର ଅନ୍ୟ ବିଦ୍ୟାଳୟରେ ଶିକ୍ଷା ଅଭାବ ପୂରଣ କରିବା ସହ ଉଚ୍ଚ ଶିକ୍ଷା ଜଣେ ବିଭିନ୍ନ  ବିଭାଗରେ ଶିକ୍ଷା ଗ୍ରହଣ କରିବା ବ୍ୟବସ୍ଥା ରହିଛି। ମାତୃଭାଷା ରେ ଶାକ୍ଷା ଗ୍ରହଣକରୁଥିବା ଛାତ୍ରଛାତ୍ରୀ ଅଧିକ ଞାନୀ ଓ ଖ୍ୟାତି ସମ୍ପର୍ଣ୍ଣ ହୋଇଥାନ୍ତି। ୧୨୧ଟି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ।ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏଥିରେ ଅଭୂତପୂର୍ବ ପରିବର୍ତ୍ତନ ଅଣାଯାଉଥିବା ବିନୟ ପଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାରେ ଭିନ୍ନ ଭିନ୍ନ ପାରିଶ୍ରମିକରେ ୧୮ପ୍ରକାର ଶିକ୍ଷକ ବ୍ୟବସ୍ଥା ନ ରଖି ଏକ ପ୍ରକାରର ଉଚ୍ଚ ଖ୍ୟାତି ସମ୍ପର୍ଣ୍ଣ ଠିକ ଦରମାରେ ଶିକ୍ଷକ ନିଯୁକ୍ତି ପାଇଁ ଆଲୋଚନା ହୋଇଛି।୨ୟ ,୫ମ ୭ମ ଶ୍ରେଣୀରେ ପାଶ ଫେଲ ପରୀକ୍ଷା  ସହ ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି।ଓଡ଼ିଆ ଭାଷା  ସହିତ  ସବୁ ବିଭାଗ ସମ୍ପର୍କରେ ଶିକ୍ଷା ଦାନ ପାଇଁ ଓଡିଶାର ପାଠ୍ୟକ୍ରମରେ ବ୍ୟବସ୍ଥା ରହିଛି।ଓଡିଶାରେ ଚଳିତ ବର୍ଷ ୧୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ ହୋଇସାରିଥିବା ସୂଚନା ଦେଇଥିଲେ।ପାଠ୍ୟପୁସ୍ତକ ନୂତନ ଶିକ୍ଷାନୀତି ଅନୁସାରେ ଛାପିବା ଆରମ୍ଭ ହୋଇଥିବା କହିଥିଲେ।ଏହି ଅବସରରେ  ନାଗରିକ କମିଟିର ଅଧ୍ୟକ୍ଷ ଡ ଅରୂପ ଜେନା ସଭାପତିତ୍ୱ କରିଥିବା ବେଳେ ଶିକ୍ଷାବିତମାନଙ୍କ ମଧ୍ୟରେ ଡଃ ଚିତ୍ତରଞ୍ଜନ ମିଶ୍ର,ପ୍ରିୟନାଥ ଶର୍ମା,ପ୍ରଶନ୍ନ ପଟନାୟକ, ଡ ସନ୍ତୋଷ ପ୍ରଧାନ, ଡ ରାଜକିଶୋର ବେହେରାନବକିଶୋର ରଥ, ବୈଶୀଧର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଆଲୋଚନାରେ ଆଇନଜୀବୀ ବିଜୟକୃଷ୍ଣ ପଟନାୟକ, ବ୍ରଜ ପଟନାୟକ, ନାରାୟଣ ସାହୁ, ପିତାମ୍ବର ମିଶ୍ର,କୃଷ୍ଣ ଚନ୍ଦ୍ର ମିଶ୍ର,ବନ ବିହାରୀ ନନ୍ଦ, ପଦ୍ମଚରଣ ସାହୁ, ମଞୁଳା ପାଣିଗ୍ରାହୀ, ଅଲିଭା ମିଶ୍ର,ମିନାମୟୀ ମହାନ୍ତି,ସତ୍ୟପ୍ରିୟ ମହାନ୍ତି ,ପିତାମ୍ବର ମିଶ୍ର ପ୍ରମୁଖ  ଶିକ୍ଷକ ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like