-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
18-May-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ପ୍ରାଥମିକ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଶନିବାର ଭାଜପାର ଏକ ପ୍ରତିନିଧିଦଳ ପ୍ରାଥମିକ ଚିକିତ୍ସାଳୟର ଅଧିକାରୀ ଏସ ଏସ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ। ଅସ୍ଥାୟୀ ଅଂଶୁଘାତ ଗୃହ ନଥିବା ଓ ଲେବରରୁମର ଭିତରର ଫଟୋ ଭାଇଲାଲ ହେଉଥିବାରୁ କମିଟି କ୍ଷୋଭ ପ୍ରକାଶ କରିଥିଲେ। ତଦନ୍ତ କରାଯାଇ ଫଟୋ ଉଠାଇ ଥିବା ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ଶ୍ରୀ ମହାଲିଙ୍ଗ ପ୍ରକାଶ କରିଥିଲେ । ଚିକିତ୍ସାଳୟ ପରିସରରେ ଡାକ୍ତର ରହିବା ପାଇଁ ଆବଶ୍ୟକ ଗୃହ ନଥିବା ବେଳେ ନିର୍ମାଣ ଚାଳିଥିବା ଗୃହ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଟିଟିଲାଗଡ ବିଧାୟକ ନବୀନ ଜୈନ ଠିକାଦାରଙ୍କୁ କହିଥିଲେ ମଧ୍ଯ ସେ ଗୃହ ନିର୍ମାଣରେ ବିଳମ୍ବ କରୁଥିବାରୁ କେବେ ସମ୍ପୂର୍ଣ୍ଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ସାଧାରଣରେ ଚର୍ଚ୍ଚା ଚାଳିଛି। ଆବଶ୍ୟକୀୟ ଔଷଧ, ଯନ୍ତ୍ରପାତି ମଧ୍ଯ ନ ଆସୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ସହ ଆଲୋଚନା କରିବା ପାଇଁ କମିଟି ପ୍ରକାଶ କରିଥିଲେ। ଚିକିତ୍ସାଳୟ ପରିସରରେ ଅର୍ଦ୍ଧ ନିର୍ମୀତ ଦୋକାନ ଗୃହ ବିଷୟରେ ପଚାରିବାରୁ ସେ ନେଇ କିଛି ସନ୍ତୋଷଜନକ ଉତ୍ତର ଶ୍ରୀ ମହାଲିଙ୍ଗ ଦେଇ ନଥିବାରୁ କମିଟି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ପ୍ରକାଶ କରିଥିଲେ। ବଲାଙ୍ଗୀର ସାଂସଦଙ୍କ ଗୁଡଭେଲାବ୍ଲକ ପ୍ରତିନିଧି ତଥା ଜିଲା ଉପସଭାପତି ଦୀନବନ୍ଧୁ ବେହେରା, ତୁଷୁରା ନଗର ସଭାପତି ରମାକାନ୍ତ ସାହୁ, ପୂର୍ବତନ ମଣ୍ଡଳ ସଭାପତି ଭ୍ରମର ସେଠ,ମହେଶ କେଡିଆ, ଗୌରବ ଶର୍ମା, ମନୀଷ ଶର୍ମା, ବିକାଶ ଶର୍ମା ଆଦି ଆଲୋଚନାରେ ଭାଗ ନେବା ସହ ସମସ୍ତ ସମସ୍ୟା କିପରି ଦୂର ହୋଇ ପରିବ ସେ ନେଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଳି କମିଟି ପକ୍ଷରୁ ପ୍ରକାଶ କରାଯାଇ ଥିଲା।