-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବଲାଙ୍ଗୀର (ପ୍ରେରଣା ଖବର): ଆଜି ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଭବନର ନୂତନ କମ୍ୟୁନିଟି ସେଣ୍ଟର ଉଦଘାଟନ ହୋଇଯାଇଛି l ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଉନ୍ନୟନ ପାଣ୍ଠିରୁ ମୋଟ ୧୦ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି କମ୍ୟୁନିଟି ହଲ୍ କୁ ଆଜି ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଉଦଘାଟନ କରିଛନ୍ତି l ଅନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକl ସାହୁ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷl ସରିତା ବାଗ ପ୍ରମୁଖ ଏହି ଉଦଘାଟନୀ ସଭାରେ ଉପସ୍ଥିତ ରହି ଏହି କମ୍ୟୁନିଟି ହଲ୍ ଦ୍ଵାରା ସାମ୍ବାଦିକ ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସଭାସମିତି ପାଇଁ ବିଶେଷ ଫଲପ୍ରଦ ହୋଇପାରିବ ବୋଲି ମତ ଦେଇଥିଲେ l ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଶିବ ପରିଡା ଙ୍କ ସମେତ ସମ୍ପାଦକ ଶିଶିର କାନ୍ତ ସତପଥୀ ଓ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ