-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
01-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଦିବ୍ୟ ଉର୍ଜା ଯୋଗ ସମିତି ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ସୋନପୁର ସ୍ମାର୍ଟ ପାର୍କ ରେ ଏକ ନିଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ଯାଇଛି l ବଲାଙ୍ଗିର ପତଞ୍ଜଳି ଭାରତ ସ୍ଵାଭିମାନ ପ୍ରଭାରୀ ରଘୁ ନାଥ ଷଡଙ୍ଗୀ ଯୋଗ ପ୍ରଶିକ୍ଷଣ ପ୍ରଦାନ୍ କରିଥିବା ବେଳେ ସୋନପୁର ଦିବ୍ୟ ଊର୍ଯ୍ଯା ଯୋଗ ସମିତି ଯୋଗ ଗୁରୁ ମନୋଜ୍ ପଣ୍ଡା ସହଯୋଗ କରିଥିଲେ l ରେଣୁକା ଏକ୍ସରେ ଓ ଶୋଭା କେୟାର ହସ୍ପିଟାଲ ସୋନପୁର ପକ୍ଷରୁ ଓଜନ ମାପ, ସୁଗର ,ବ୍ଲଡ ପ୍ରେସର୍ ଓ ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଛି l ଏହି ଯୋଗ ଶିବିର ରେ ଶତାଧିକ ଯୋଗ ସାଧକ ଯୋଗ ଦେଇଥିଲେ l ପ୍ରତି ଦିନ ଯୋଗ ର ଅଭ୍ୟାସ ଏକ ଘଣ୍ଟା କରିବା ପାଇଁ ଯୋଗାଚାର୍ଯ୍ୟ ରଘୁନାଥ ଷଡଙ୍ଗୀ ଶିବିରାର୍ଥି ଙ୍କୁ ପରାମର୍ଶ କରିଥିଲେ। ଦିବ୍ୟ ଉର୍ଯ୍ଯl ଯୋଗ ସମିତି ର ସଭାପତି ଗୋପାଳ ନେଗି, ସଂପାଦକ ଶ୍ରିବନ୍ତ ମିଶ୍ର, ସୁବାସ ଚରଣ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା ଓ ଅନ୍ୟାନ୍ୟ ଯୋଗ ସାଧକ ଉପସ୍ଥିତ ଥିଲେ । ଦିବ୍ୟ ଊର୍ଜା ସଂଗଠନ ପ୍ରଶାସନ ସହିତ ଜଡ଼ିତ ରହି ତ୍ରିରଙ୍ଗା, ଯୋଗ , ସ୍ଵଚ୍ଛତା, ପରିବେଶ ସୁରକ୍ଷା, ଜଳ ଦାନ, ରକ୍ତ ଦାନ, ସଡକ ସୁରକ୍ଷା, କ୍ରୀଡ଼ା, ସ୍ଵାସ୍ଥ୍ୟ ସଚେତନତା ଠୁଁ ଆରମ୍ଭ କରି ଆଗାମୀ ଦିନରେ ଆହୁରି ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଯୋଜକ ମନୋରଞ୍ଜନ ତ୍ରିପାଠୀ କହିଛନ୍ତି ।