-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
30-Apr-2025
ବାଳିକା ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା ଜଳଛତ୍ର
ବରୀ(ରଞ୍ଜିତ ମହାନ୍ତି): ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଭାରତ ସ୍କାଉଟସ ଏବଂ ଗାଇଡ୍ସ ଆନୁକୂଲ୍ୟରେ ବରୀ ବ୍ଲକ୍ ଅଧୀନ ଉଷାରାୟ ବହୁମୁଖୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ରଂଜିତା ଜେନାଙ୍କ ତତ୍ତ୍ୱାବଧାନରେ ବରୀ-କଳାମାଟିଆ ଗାନ୍ଧୀ ରାସ୍ତାର ଗାନ୍ଧୀଛକଠାରେ ଏହି ଜଳଛତ୍ର ଖୋଲାଯିବା ସହ ଇକୋ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜଳଛତ୍ରକୁ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଷ୍ଣୁଚରଣ ସାମଲ ଉଦ୍ଘାଟନ କରିଥିଲେ। ବାଟୋଇଙ୍କୁ ଗାଇଟ୍ସମାନଙ୍କ ଦ୍ବାରା
ସଚେତନ କରାଯାଇଥିଲା। ଶିକ୍ଷକ ହିମାଂଶୁ ପଣ୍ଡା, ଟୁନିଲତା ଜେନା, ଅନିତା ଜେନା, ଅମ୍ବିକା ନାୟକ, ପ୍ରଦୀପ ଶୁକ୍ଳ, ବିରୁପା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ ନାୟକ, ବାଲିବିଲ ସରପଞ୍ଚ ମଧୁସ୍ମିତା ସାମଲ, ରାଜକିଶୋର ଜେନା, ଅଶୋକ ସାମଲ, ରବୀନ୍ଦ୍ର ସ୍ବାଇଁ ଓ ପ୍ରଦୀପ ସାମଲ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପଟେନ ବନ୍ଦନା ପଣ୍ଡା ଉପସ୍ଥିତ ରହି ଗାଇନ୍ସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବୁଲା ପ୍ରାଣୀଙ୍କ ପାଇଁ ପାତ୍ର ମାଧ୍ୟମରେ ପାନୀୟଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ।