-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Apr-2025
ବଲାଙ୍ଗିର(ପ୍ରେରଣା ଖବର): ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଇଛି ଫଳରେ ଜିଲ୍ଲାବାସୀ ନାଇନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାକୁ ଗୁରୁତ୍ୱସହ ନେଇ ଯଥା ଶିଘ୍ର ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡିଶା ସେବା ସଂଘ ଦାବି କରିଛି । ସଂଘ ଦ୍ୱାରା ୬ ଦଫା ଦାବିପତ୍ର ରେ ପାଣି ଟେଙ୍କର ରେ ଜନସାଧାରଣଙ୍କ ପାନୀୟ ଜଳ ଯୋଗାଇ ଦେବା, ପୁରୁଣା ଅଚଳ ନଳକୂପମାନଙ୍କୁ କାର୍ୟ୍ୟକ୍ଷମ କରିବା, ଗାଁମାନଙ୍କରେ ଗ୍ରାମବାସୀଙ୍କୁ ଘରକୁ ଘର ପାଣି ଯୋଗାଇ ଦେବା, ସେମାନଙ୍କ ନିତ୍ୟ ବ୍ୟବହାର୍ୟ୍ୟ ପାଇଁ ଜରୁରୀ ପୋଖରୀ ଗୁଡିକର ପୁନଃ ମାଟିକାମ ଓ ସଫେଇ କରିବା, ଆବଶ୍ୟକୀୟ ସ୍ଥାନମାଙ୍କୁ ନୂତନ ନଳକୂପ ଖନନ କରିବା ତଥା ନଦୀନାଳମାନଙ୍କୁ ନୂତନ
ହିସାବରେ ମରାମତି କରିବା ପାଇଁ ସଂଘ ଦାବି କରିଛି । ଯଥା ଶିଘ୍ର ଏହି ଦାବି ଗୁଡିକୁ ପୁରଣ କରାନଗଲେ ସଂଘ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଓ କରିବ ବୋଲି ସଂଘ ସଭାପତି ରାଜେଶ ବଗର୍ତ୍ତି ଚେତାବନୀ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଋଚିପାଲ ଭୋଇ, ଭକ୍ତ ଛତ୍ରିଆ, ପିଣ୍ଟୁ ସେଠ, ଆଲୋକ ପରିଡା ଓ ନରେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।