-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Apr-2025
ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର- ୧୮(ଲଳିତ ନଗର) ର ଅଧିବାସୀ ମାନଙ୍କ ସହ ଭାରତୀୟ ଜନତାପାର୍ଟି ର ଏକ ପ୍ରତିନିଧି ମଣ୍ଡଳୀ ପଡ଼ାର ବିଭିନ୍ନ୍ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରିଛନ୍ତି l ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ପୂରଣ ଦିଗରେ ମୁନିସିପାଲିଟି ର ଉଦାସୀନତା ମନୋଭାବ ଯୋଗୁଁ ପଡା ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି l ସହରର ଉପାନ୍ତ ଏହି ଲଳିତ ନଗର ଅଞ୍ଚଳରେ ପିଇବା ପାଣି,ବିଜୁଳି କାଟ୍, ଲୋ ଭୋଲଟେଜ୍ ଓ ଡ୍ରେନେଜ ସମସ୍ୟା ଯୋଗୁଁ ଲକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି l ସ୍ଥାନୀୟ କାଉନସିଲରଙ୍କ ସହିତ ଯୋଗାଯୋଗ କରି ଏହି ସବୁ ସମସ୍ୟାର ଆଶୁ ସମସ୍ୟାର ସମାଧାନ ଦିଗରେ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ବିଜେପି ର ଏହି ପ୍ରତିନିଧି ମଣ୍ଡଳୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳ ଜୀ ପାଣିଗ୍ରାହୀଙ୍କ ନେତୃତ୍ବରେ ବିଜେପିର ନେତୃମଣ୍ଡଳୀ ଶିବଦତ୍ତ ମିଶ୍ର, ଚିତ୍ତରଞ୍ଜନ ମିଶ୍ର,ଶିବ ନାରାୟଣ ପୁରୋହିତ,ରବିନ୍ଦ୍ର ସାହୁ, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ସଞ୍ଜୁ ନାଏକ, ଅନୁସୂୟା ବେଚ୍, ଅନୀତା ମିଶ୍ର, ଗୀତାଞ୍ଜଳି ପରିଡା,ବର୍ଷା ପୁରୋହିତ ପ୍ରମୁଖ ପଡ଼ାର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ l