-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ ) ଗୁରୁବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଆମ୍ବଭୋନା ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ, ଶ୍ରୀଯୁକ୍ତ ମୋହନ ଚରଣ ମହନ୍ତ ଙ୍କ ସଭାପତିତ୍ବରେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ଅମ୍ବାଭୋନା ବ୍ଳକ ର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସି ଆର୍ ସି ସି ଯୋଗଦାନ କରିଥିଲେ । ସାଧନ କର୍ମୀ ଭାବରେ ଲଖନପୁର ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟର ଶ୍ରୀଯୁକ୍ତ ମୋହନ କାଲୋ ଉତ୍ତମ ସି ଆର ସି ସି ଶ୍ରୀଯୁକ୍ତ ରାହୁଲ ସେଠ୍ ୟୁନି ଫାଏଡ୍ ଅଟୋ ମେସନ୍ ସିଷ୍ଟମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରିଥିଲେ । ଅନ ଲାଇନରେ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକୁ କିପରି ସୂଚାରୁରୂପେ ସମ୍ପାଦନ କରିବେ ସେ ବିଷୟରେ ବୁଝାଇ ଥିଲେ । ଶେଷରେ ଭୁକ୍ତା କ୍ଳଷ୍ଟର ର ସି ଆର ସି ସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।