-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

ମୋବାଇଲ୍ ଲୁଟ ଘଟଣା, ଥାନାରେ ଏତଲା (ପୋଲିସ ନାଲିଆଖି ଦେଖାଇ ବଦାଲୁଛି ଏଫଆଇଆର)

27-Mar-2025



ବିନିକା(ହିମାଂଶୁ ଶେଖର ପୁଟେଲ): ଜଣେ ବାଟୋଇଙ୍କ ଠାରୁ ମୋବାଇଲ ଲୁଟ କରିବା ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ମୋବାଇଲ ହଜି ଯାଇଛି ବୋଲି ଜବରଦସ୍ତ ଏଫ ଆଇ ଆର ରୁଜ୍ଜୁ କଲା ବିନିକା ପୋଲିସ ।ସୂଚନା ଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗ୍ରାମର ରମାକାନ୍ତ ପାଣିଗ୍ରାହୀ କୌଣସି କାମରେ ବିନିକା ଆସୁଥିବା ବେଳେ ଚରଦା ଗାଁ ମୁଣ୍ଡ ବନ୍ଧ ରାସ୍ତାରେ ଅଟକି ଫୋନରେ କଥା ହେଉଥିବା ବେଳେ ୨ଜଣ ଦୁର୍ବୃତ୍ତ ମଟର ସାଇକଲରେ ଆସି ତାଙ୍କ ଠାରୁ ମୋବାଇଲ ଛଡାଇ ନେଇ ପଳାଇ ଯାଇଥିଲେ ।ପରେ ରମାକାନ୍ତ ଏହି ଘଟଣା ନେଇ ବିନିକା ଥାନାର ଦ୍ୱାରସ୍ଥ ହୋଇଥିଲେ।ସେଠାରେ ଥିବା ଏ ଏସ ଆଇ ଅନିଲ ବେହେରା ଏଫ ଆଇ ଆର ଲେଖିବାକୁ କହିଥିଲେ ।ରମାକାନ୍ତ ଘଟଣା ବାବଦରେ ସମ୍ପୂର୍ଣ୍ଣ ବିବରଣୀରେ ମୋବାଇଲ ଛଡ଼ାଇ ନେଇଥିବା ଲେଖି ଥିବା ଦେଖି ପୋଲିସ ବାବୁ ଭଡକି ଯାଇଥିଲେ ଏବଂ ଏଫ ଆଇ ଆର ଲେଖା ବଦଳାଇ ମୋବାଇଲ ହଜି ଯାଇଛି ଲେଖ ବୋଲି ଜୋର ଜବରଦସ୍ତ କରିଥିଲେ ।ରମାକାନ୍ତ ପୋଲିସର ନାଲି ଆଖି ଭୟରେ ଏଫ ଆଇ ଆର ବଦଳାଇବାକୁ ବାଧ୍ୟ ହୋଇଥିଲେ ।ପରେ ଏ ଏସ ଆଇ ବେହେରା ମୋବାଇଲକୁ ଟ୍ରାକ କରିବୁ ଏବଂ ଚୋରକୁ ଧରିବୁ ବୋଲି କହିଥିଲେ । ମୋବାଇଲ ଟ୍ରାକ କରିବାରୁ ଆଖ ପାଖ ଅଞ୍ଚଳରେ ମୋବାଇଲ ଥିବା ଅନୁମାନ କରାଯାଇଥିଲା ।ଘଟଣା ୨୫ଦିନ ବିତି ଯାଇଥିବା ପରେ ମଧ୍ୟ

ପୋଲିସ ଘଟଣାସ୍ଥଳ ଏବଂ ମୋବାଇଲ ଟ୍ରାକ ସ୍ଥାନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଇନଥିବା ଜଣାପଡିଛି । ଏ ଏସ ଆଇ ବେହେରାଙ୍କୁ ରମାକାନ୍ତ ପଚାରିବାରୁ ଅନ୍ୟ କାମରେ ବ୍ୟସ୍ତତା ଥିବାରୁ ଯାଇ ପାରୁନାହିଁ ବୋଲି ପ୍ରତି ଉତ୍ତର ଦେଇ ଚାଲିଛନ୍ତି ।ଏପରି ଅନେକ ଘଟଣା ବିଗତ ଦିନରେ ବିତି ଯାଇଛି । ଲୁଟପାଟକୁ ହଜି ଯାଇଥିବା ଦର୍ଶାଯାଇ ଅନେକ ଏଫ ଆଇ ଆର ବଦଳାଯାଇଥିବା ଏଥିରୁ ଅନୁମାନ କରାଯାଏ ।ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଥିବା ବେଳେ ପୋଲିସ କିନ୍ତୁ ଲୋକଙ୍କୁ ହଇରାଣ ହରକତ କରି ନିଜ ଦାୟିତ୍ଵ ରୁ ଓହରି ଯାଉଛି। ଏହା ଏକ ଜ୍ୱଳନ୍ତ ଉଦାହରଣ ସାଜିଥିବା ବେଳେ ଏହି ଘଟଣା ଦାୟିତ୍ୱରେ ଥିବା ଅଧିକାରୀ ଙ୍କ ଅପାରଗତା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଲୋକଙ୍କୁ ନ୍ୟାୟ ଦେଇ ପାରୁ ନଥିବା ଦାୟିତ୍ଵହୀନ ଅଧିକାରୀଙ୍କ ବିରୋଧରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like