-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
26-Mar-2025
କନ୍ଧମାଳ ଜିଲ୍ଲା ଟିକାବାଲି, ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସ୍ନାତକ ଏବଂ ସ୍ନାତକତ୍ତୋରର ଛାତ୍ର ଛାତ୍ରୀ ସ୍ନାତକ ଶେଷବର୍ଷ ଏବଂ ସ୍ନାତକୋତ୍ତର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ଦ୍ଧିଷ୍ଟ ଲକ୍ଷ୍ୟରଖି କାର୍ଯ୍ୟକଲେ ସଫଳତା ନିଶ୍ଚିତ ଆସିବ ବୋଲି ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀ ବନମାଳୀ ବେହେରା ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ରତନ ଦିଗାଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ, ଅଧ୍ୟାପକ ଅମୂଲ୍ୟ ସାବତ, ଶ୍ରୀ ଶଙ୍କର ପାଢି, ଜ୍ଞାନରଞ୍ଜନ ଭୋଇ, ଶ୍ରୀ ରାଜେନ୍ଦ୍ର କୁମାର ନାୟକ, ଶ୍ରୀ ସୋନା ରାଓ, ଶ୍ରୀ ସୁମନ୍ତ କୁମାର ସାହୁ, ଶ୍ରୀ ରିଲୁ ପ୍ରଧାନ,ଶ୍ରୀ ସୁଶାନ୍ତ କୁମାର ଭୋଳ, ଅଧ୍ୟାପିକା ନିବେଦିତା ଭୋଇ, ସ୍ମିତାରାଣୀ ସାହୁ, ସ୍ମୃତିରେଖା ନାୟକ,
ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ସଂଘମିତ୍ରା ଦାଶ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅଧ୍ୟାପିକା ସଂଯୁକ୍ତା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗ ସ୍ନାତକ ଓ ସ୍ନାତକତ୍ତୋର ପ୍ରଥମବର୍ଷର ଛାତ୍ରଛାତ୍ରୀ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
(ଟିକାବାଲିରୁ ରାଜକିଶୋର ପ୍ରଧାନଙ୍କ ରିପୋର୍ଟ)