-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
26-Mar-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଶ୍ରୀରାମ ଚରିତ ମାନସ ନବାହ୍ନ ପlରାୟଣ ଚଳିତ ବର୍ଷ ଚଉଦ ବର୍ଷ ପୂର୍ତ୍ତି ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଛକ ଶ୍ରୀରାମ ମନ୍ଦିର ନାମ ମଣ୍ଡପଠାରେ ମଙ୍ଗଳବାର ସକାଳୁ ଆରମ୍ଭ ଅଷ୍ଟପ୍ରହର ନାମ ଯଜ୍ଞ ଆଜି ବୁଧବାର ପୁନଃଶ୍ଚରଣ ହୋଇଯାଇଛି। ବୁଧବାର ନାମ ଯଜ୍ଞ ସକାଳ ୯ଘ.ରେ ପୂର୍ଣ୍ଣାହୁତି ପରେ ଶତାଧିକ ଶ୍ରଦ୍ଧାଳୁ ଦଧିଭାଣ୍ଡ ସହ ନଗର ପରିକ୍ରମା ପରେ ଦଧିଭାଣ୍ଡ ଭାଙ୍ଗିଥିଲେ। ଉକ୍ତ ନାମ ଯଜ୍ଞରେ ବିଭିନ୍ନ ସ୍ଥାନରୁ ୧୨ଟି ମହିଳା ଓ ପୁରୁଷ ସଂକୀର୍ତ୍ତନଦଳ ହରିନାମ ନେଇଥିଲେ। ପୂଜା କାର୍ଯ୍ୟରେ ଭାଗ୍ୟଧର ମିଶ୍ର ପୌରାହିତ କରିଥିବା ବେଳେ ସନତ କୁମାର ମିଶ୍ର,ବାଳକୃଷ୍ଣ ମିଶ୍ର ସହଯୋଗ କରିଥିଲେ l ନୀଳାଞ୍ଚଳ ଗୁରୁ ଓ ପତ୍ନୀ ଶୋଭାଗିନୀ ଗୁରୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ନାମଯଜ୍ଞ କାର୍ଯ୍ୟରେ ସର୍ଵଶ୍ରୀ ରଘୁନାଥ ମହାପାତ୍ର, ସଭାପତି ସନ୍ତୋଷ କୁମାର ବିଶି, ସମ୍ପାଦକ ଦାମୋଦର ସ୍ୱାଇଁ ସମେତ ଶ୍ରୀରାମ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ ଝଗୁଡୁପାଲି, ନୂଆପାଲି, ଜାଲପାଲି,ଖଲିଆପାଲି ଗ୍ରାମର ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ l