-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
(ଡୋଲେଶ୍ୱର ବାଗ )
କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୦୬ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୯୩ ଟି ବ୍ୟକ୍ତିଗତ ୧୩ ଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣୀ କରି ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମ ଅସହାୟ ମହିଳା ହିରାବାଇ ଜଗତ ଦଶ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ। ଯାଇଥିଲା l ୮୪ ଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜଙ୍ଗଳ ଅଧିକାର ସ୍ଵିକୃତୀ ପଟ୍ଟା , ୩ ଟି ଗୋଷ୍ଠୀଙ୍କୁ ଅଧିକାର ପଟ୍ଟା, ୭ଟି ଗୋଷ୍ଠୀଙ୍କୁ ଜଙ୍ଗଳ ସମ୍ବଳ ଅଧିକାର ପଟ୍ଟା ଜିଲ୍ଲାପାଳ, ଡି ଏଫ୍ ଓ, ଡି ଡବ୍ଲୁଓ ଏବଂ ଉପସ୍ଥିତ ଅଧିକାରୀ ପ୍ରଦାନ କରିଥିଲେ।