-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ବ୍ଲକ ବାବୁଫାସଡ଼ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ସେଠ ,କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ଦାସ ଓ ଏଡିଈଓ ରୋହିତ ବାରିକ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଆଗଲପୁର ବ୍ଲକ୍ ଏବିଡ଼ିଓ ରୁଦ୍ରପ୍ରତାପ ସୁନା, ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ମହାକୁର, ସ୍ବାସ୍ଥ୍ୟ ଓ ପରିମଳ ବିଭାଗର ଯନ୍ତ୍ରୀ ଶ୍ରୀ ଦୁର୍ଗାପ୍ରସାଦ ମିଶ୍ରଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର,, ଅଂଶୁମାନ ବାବୁ, ଉଦ୍ୟାନ ବିଭାଗ ର ନରେନ୍ଦ୍ର ପଧାନ, ଡବ୍ଲୁଇଓ ସୁନୀଲ ସାହୁ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
ତା ସହିତ ଯୋଗାଣ ବିଭାଗ ର ସହଯୋଗୀ ଅଧିକାରୀ, ଉଦ୍ୟାନ ବିଭାଗ ର ଅଧିକାରୀ, ରାଜସ୍ବ ବିଭାଗର ଅଧିକାରୀ, ମତ୍ସ୍ୟ ଅଧିକାରୀ, ଅଙ୍ଗନୱାଡ଼ି ସୁପର ଭାଇ ଜର୍,ଯୋଗାଣ ସହାୟକ, ମଧ୍ୟ ଉପସ୍ଥିତ ଥିଲେ।ଜନ ଶୁଣାଣି କାର୍ଯ୍ୟକ୍ରମ ରେ କମ ସଂଖ୍ୟା ରେ ଅଭିଯୋଗ କାରୀ ଆସି ଥିବାର ଦେଖିବାକୁ ମିଳିଥିଲା। ଆଜିର ଜନ ଶୁଣାଣି କାର୍ଯକ୍ରମ ରେ ସର୍ବ ମୋଟ 12 ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ଅଧିକାରୀ କହିଛନ୍ତି। ଆବାସ ଯୋଜନା ଉପରେ ଦୁଇଟି ଓ ଅନ୍ୟାନ୍ୟ ବିଭାଗ ଉପରେ 10 ଟି ଅଭିଯୋଗ ଦାଖଲ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳା ର ସହିତ ଅଭିଯୋଗ ଶୁଣାଣି ସମ୍ପନ୍ନ ହୋଇଥିବା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସେଠ୍ ସୂଚନା ଦେଇଛନ୍ତି l