-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ୱାର୍ଡ ନ ୧ ନିଗମାନନ୍ଦ ବିହାର ଠାରେ ଆସନ୍ତା ତା ୩୦ ରୁ ୩୧ ପର୍ଯ୍ୟନ୍ତ ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ର ଶୁଭ ସ୍ତମ୍ଭ ସୋମବାର ସ୍ଥାପିତ ହୋଇ ଯାଇଛି ।ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ ଯଜ୍ଞ କର୍ତ୍ତା କୁଞ୍ଜ ବିହାରୀ ଭୋଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ଥାନୀୟ କୀର୍ତ୍ତନ ପରିଷଦ ସଭାପତି ବାଙ୍କାବିହାରି ସାହୁ ,ଚନ୍ଦ୍ର ଶେଖର କମ୍ପ ସମ୍ପାଦକ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ସମେତ ସମସ୍ତ ପଡ଼ା ବାସିନ୍ଦା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଙ୍କୀର୍ତ୍ତନ ପରିବେଷଣ କରିବା ସହ ଶୁଭ ସ୍ତମ୍ଭ ସ୍ଥାପନ ରେ ଉପସ୍ଥିତ ରହିଥିଲେ ।ନିଗମାନନ୍ଦ ବିହାର ପଡ଼ା ବାସୀ ଙ୍କ ମିଳିତ ଉଦ୍ୟମ ରେ ଆଗାମୀ ମାର୍ଚ୍ଚ ୩୦ ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଅଗଣିତ ସଙ୍କୀର୍ତ୍ତନ ପ୍ରେମୀ ଯୋଗଦାନ କରି ଧର୍ମ ଧନ
ଅର୍ଜନ କରିବା ପାଇଁ ପଡ଼ା ବାସୀ ଙ୍କ ତରଫରୁ ଅନୁରୋଧ କରାଯାଇଛି