-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
24-Mar-2025
ଅମ୍ବାଭୋନା(ପ୍ରେରଣା ଖବର): ସୋମବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର କାଶିପାଲି ଗ୍ରାମ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଭଟଲି ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଇରାଶିଷ୍୍ ଆଚାର୍ଯ୍ୟଙ୍କ ବାପି ତଥା ଲୋକ ପ୍ରିୟ ଡାକ୍ତର ଶ୍ରୀଯୁକ୍ତ ସୁନିଲ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ଦ୍ଵାରି ସରପଞ୍ଚ ଜ୍ଞାନରଞ୍ଜନ ଭୋଇ,ସମାଜସେବୀ ପୂର୍ନା ନନ୍ଦ ବଢେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଝାର୍ ପାଲିର ଭଜନ ଦଳ, ଜୟପୁର ର ମହିଳା ସଙ୍କୀର୍ତ୍ତନ,ବୈଗାପାଲି ର ମହିଳା ସଙ୍କୀର୍ତ୍ତନ ଭକ୍ତଙ୍କ ମନ ମୁଗ୍ଧ କରିଥିଲା । ମୀନାବଜାର ରେ ଜନସମାଗମ ଦେଖି ବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ଅନ୍ନ ଛତ୍ର ର ବ୍ୟବସ୍ଥା କରାଯାଇଥିଲା ।