-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
23-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ରବିବାର ବରଗଡ଼ ଜିଲ୍ଲା ସୋହେଲା ଠାରେ ଓଡିଶା, ଛତିଶଗଡ ବିଶାଶହେ କୁଲତା ସମାଜ ତରଫରୁ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ପିତା ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଓଡିଶା / ଛତିଶଗଡ ର ୨୨ଟି ଜିଲ୍ଲାର କୁଲତା ସମାଜର ସଭାପତି, କର୍ମକର୍ତ୍ତା ଓ ଅନ୍ୟାନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏବଂ ଗୋପାଳ ପ୍ରଧାନ ଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ସ୍ବର୍ଗତ ଡ଼ା ପ୍ରଧାନଙ୍କ ସ୍ମୃତି ଉଦେଶ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଗୋପାଳ ପଧାନଙ୍କ ସଭାପତିତ୍ୱରେ 22ଟି ଜିଲ୍ଲାର ବ୍ୟକ୍ତି ବିଶେଷ ଯୋଗଦେଇଥିବା ବେଳେ,ବେଲାରସେନ ଭୋଇ, ଗିରିଧାରୀ ସାହୁ,ହରିଚରଣ ପ୍ରଧାନ ,ରଥୁଲାଲ ଗୁପ୍ତା, ଯୋଗେନ୍ଦ୍ର ଭୋଇ, ହେମନ୍ତ ପ୍ରଧାନ, ଗଣତନ୍ତ୍ର ପ୍ରଧାନ, ଗୋପାଳ ନାୟକ, ଭୁବନେଶ୍ବର ସା,ବବି ପ୍ରଧାନ, ନିତ୍ୟାନନ୍ଦ ସାହୁ,ମୋଞ୍ଜ ବାରିକ, ଗୋକୁଳ ପ୍ରଧାନ ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା ପରେ ଅନୁଷ୍ଠିତ ଶୋକସଭା ସମାପ୍ତ ହୋଇଥିଲା।