-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ବଲାଙ୍ଗିର(ପ୍ରେରଣାଖବର): ବଲାଙ୍ଗିର ପତଞ୍ଜଳି ପରିବାର ଆନୁକୂଲ୍ୟରେ ପଞ୍ଚ ଦିବସୀୟ ଯୋଗ ଶିବିର ସ୍ଥାନୀୟ କୋଶଳ କଳମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି।ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ସୁଧାଂଶୁ ଅଧିକାରୀ ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦ୍ଘାଟନ କରିଥିଲେ।ଯୋଗ ଋଷି ରାମଦେବ ବାବା ଙ୍କ ପରମ ଶିଷ୍ୟ ଭାରତ ସ୍ୱାଭିମାନ କେନ୍ଦ୍ରୀୟ ପ୍ରଭାରୀ ସ୍ବାମୀ ପରମାର୍ଥ ଦେବ ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ରେ ଯୋଗ ଦେବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମ ୨୨ ତାରିଖ ରୁ ୨୬
ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି କୋଶଳ କଳା ମଣ୍ଡଳ ଠାରେ ସକାଳ ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ବର୍ତ୍ତମାନ ପରିସ୍ଥିତି ରେ ସୁସ୍ଥ ରୋଗ ମୁକ୍ତ ଏବଂ ମାନସିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସମସ୍ତଙ୍କୁ ଯୋଗାଭ୍ୟାସ କରିବା ନିତାନ୍ତ ଜରୁରୀ ବୋଲି ଯୋଗଗୁରୁ ମାନେ ମତ ଉପସ୍ଥାପନ କରିଥିଲେ।ଏହି ପଞ୍ଚ ଦିବସୀୟ ଯୋଗ ଶିବିର କୁ ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର,ଜିଲ୍ଲା ପ୍ରଭାରୀ ରଘୁ ନାଥ ଷଡ଼ଙ୍ଗୀ, ଜ୍ୟୋତି ପ୍ରକାଶ ସାହୁ,ଅଶୋକ ଅଗ୍ରୱାଲ,କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ଅଗ୍ରୱାଲ,ମହିଳା ପ୍ରଭାରୀ ସୁଜାତା ଦିଶ୍ରି, ଶିବରାମ ପଣ୍ଡା,ରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।