-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
22-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଇଣ୍ଡିଆନ ବିୟୁଟି କାଉନସିଲ ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏକ ଫେସନ ସୋ, ରିଲସ,ନୃତ୍ୟ ଏବଂ ପାରମ୍ପରିକ ଖାଦ୍ୟ ଉପରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇ ଆଇ ଏମ ସମ୍ବଲପୁର ର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ବରଗଡ଼ ର ମହିଳା ତଥା ଗୃହିଣୀ ମାନଙ୍କୁ ସ୍ୱାବଲମ୍ବୀ ତଥା ସେମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ ପ୍ରତିଯୋଗିତା,ନୃତ୍ୟ, ଫେସନ ସୋ ଆଦି ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ। ଏଇ ଅବସରରେ ବରଗଡ଼ ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ରେମ୍ପ ସୋ ରେ ଚାଲିବା ବେଶ ପ୍ରଶଂସନୀୟ ହୋଇଥିଲା।ଆଇ.ବି.ସି ପିଙ୍କ ପାୱାର ୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଥିବା ସ୍ୱାଗତ ଷଡ଼ଙ୍ଗୀ, ନୁରା ବିବି ଙ୍କୁ ଆଇ.ବି.ସି ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଆଇ.ବି.ସି ର ସଭାପତି ମିନତୀ ସାହୁଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।