-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
14-Mar-2025
ନୂଆପଡ଼ା ଜିଲ୍ଲା ବିଭିନ୍ନ ଥାନା ପକ୍ଷ ରୁ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ହେଲମେଟ ପିନ୍ଧିଥିବା ବାଇକ୍ ଆରୋହୀ ଙ୍କୁ ଗୋଲାପ ଫୁଲ ଦେଇ ଥାନା ଅଧିକାରୀ ମାନେ ସ୍ଵାଗତ କରିଛନ୍ତି। ସଡକ ସୁରକ୍ଷା ସଚେତନ ଏବଂ ସତର୍କତା ଅବଲମ୍ବନ ଦ୍ବାରା ସମ୍ଭବ ଅଟେ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ପ୍ରଭାକର ନାଏକ, ଏ ଏସ ଆଇ ରେବତୀ ଦୁର୍ଗା,ବିକାଶ କୁମାର ନାଗ ଏ ଏସ ଆଇ, କେତନ ଧରୁଆ ଏସ ଆଇ ସାମିଲ ଥିଲେ ସେହିପରି ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ,
ଖରୀଆର ରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ କୋମନା ଠାରେ କୋମନା ଥାନା ଅଧିକାରୀ ଯୋଗ ଦେଇ ସଚେତନ କରିଛନ୍ତି। ଗତକାଲି ଖଡିଆଳ ଥାନା ଗାଡ଼ି ଚାଳକ ଏକ ସଡ଼କ ଦୁର୍ଘଟଣାରେ ନେଇ ନିଜ ଡାହାଣ ଗୋଡ ହରାଇ ଥିବା ବେଳେ ଦୁର୍ଘଟଣା ଦ୍ବାରା ପରିବାର ବିଶେଷ ରୂପେ ପ୍ରଭାବିତ ହୋଇଅଛି। ତେଣୁ ସଚେତନ ଦ୍ବାରା ଏହି ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରିବବୋଲି ମତ ପ୍ରକାଶ କରିଥିଲେ |ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ