-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
22-Feb-2025
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): ଦେଶର ଅନ୍ୟତମ ୬୪ ଯୋଗିନୀ ପୀଠରେ ମହାଶିବରାତ୍ରି ମେଳା ଓ ଚଉଷଠି ଯୋଗିନୀ ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଣୀପୁର ଝରିଆଲ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରେ ସ୍ଥିତ ପ୍ରାକ୍ ଐତିହାସିକ ସ୍ଥଳୀ ତଥା ଆଦି ଯୋଗିନୀ ପୀଠ ରାଣୀପୁର ଝରିଆଲ ରେ ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ ବହୁ ଧୁମଧାମରେ ମେଳା ଓ ମହୋତ୍ସବ ପାଳନ କରାଯିବ ବୋଲି ରାଣୀପୁର ଝରିଆଲ ଟ୍ରଷ୍ଟ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ,ସଭାପତି ମାଣିକ ଚନ୍ଦ ଜୈନ ଓ ଆବାହକ ଅନିଲ କୁମାର ତ୍ରିପାଠୀ ସୁଚନା ଦେଇଛନ୍ତି। ଚଳିତବର୍ଷ ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମହାଶିବରାତ୍ରି ମେଳା ଓ ଫେବୃଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ହେବବୋଲି ସୁଚନା ମିଳିଛି।
ତେବେ ରାଣୀପୁର ଝରିଆଲ ପିଠକୁ ଏଏସଆଇ ନିଜ ହାତକୁ ନେବାପରେ ଅଦ୍ୟାବଧି ପର୍ଯ୍ୟନ୍ତ କୋୖଣସି ମୌଳିକ ସୁବିଧା ଯୋଗାଇବାରେ ସକ୍ଷମ ହୋଇନଥିଲେ ହେଁ ପିଠରେ ମହାଶିବରାତ୍ରି ମେଳା ଓ ମହୋତ୍ସବ ରେ ପ୍ରତିବର୍ଷ ବହୁ ଭିଡ ପରିଲକ୍ଷିତ ହୋଇଥାଏ। ଏହାକୁ ନଜରରେ ରଖି କଣ୍ଟାବାଞ୍ଜି ବିଧାୟକ ତଥା ମେଳା ଓ ମହୋତ୍ସବ ର ଅଧ୍ୟକ୍ଷ ଶ୍ରୀ ବାଗ ଙ୍କ ନେତୃତ୍ବରେ ଟ୍ରଷ୍ଟ କମିଟିର ଅନ୍ୟ ମାନଙ୍କ ସହ ଆବାହକ ଅନିଲ କୁମାର ତ୍ରିପାଠୀ, ରାଣୀପୁର ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ହେମନ୍ତ ସାହୁ ପ୍ରମୁଖ ଭୁବନେଶ୍ଵର ଯାଇ ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କୁ ୬୪ ଯୋଗିନୀ ମହୋତ୍ସବ ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ନିବେଦନ କରାଯାଇଛି। ସେହିପରି ଭାବେ ଆଉ ଏକ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ କମିଟି ସଭାପତି ମାଣିକ ଚନ୍ଦ ଜୈନ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ମଞ୍ଜେସ ମେହେର,ଯୁବରାଜ ବାଗ, ନିତ୍ୟାନନ୍ଦ ପୃଷେଠ, ପ୍ରମୁଖ ବଲାଙ୍ଗୀର ଜିଲ୍ଲାପାଳ, ଜିଲ୍ଲା ପୋଲିସ ଅଧିକ୍ଷକ, ଟିଟିଲାଗଡ଼ ଉପଜିଲ୍ଲାପାଳ, ଟିଟିଲାଗଡ଼ ଏସଡିପିଓ ପ୍ରମୁଖ ଙ୍କୁ ଭେଟି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ନିବେଦନ କରିଥିଲେ। ତେବେ ଏଥର ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, କଳାକାର ଓ ନେତା ଅଭିନେତା ମହୋତ୍ସବ ରେ ସାମିଲ ହେବା ପାଇଁ ସହମତି ଦେଇଥିବାରୁ କମିଟି ତରଫରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି।