-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ବଲାଙ୍ଗିର ଯାଦବ ମହାସଭା ନବନର୍ମିତ ଅଫିସ୍ ଗୃହ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂହଦେଓ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ଜିଲା ସମ୍ପାଦକ ଡମନ ବଗର୍ତ୍ତୀ ସଂଯୋଜନା କରିଥିଲେ । ଯାଦବ ଭବନର ଅଫିସ୍ ଗୃହ ନିଜସ୍ୱ ପାଣ୍ଠିରୁ ନିର୍ମାଣ କରାଯାଇଛି । ଏହି ଅବସରରେ ଯାଦବ ସେବା ନାଁରେ ବିଭିନ୍ନ ଯୋଜନା ଯାଦବ ଭବନରେ ଆୟୋଜନ କରାଯିବ ବୋଲି ସଭାପତି ଅନୁମୋଦନ ଦେଇଥିବା ସୂଚନା ଦେଇଥିଲେ । ବିବାହ, ବ୍ରତ, ଗଙ୍ଗାଶ୍ରାଦ୍ଧ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବଲାଙ୍ଗିର ଯାଦବ ସମାଜ ସହଯୋଗର ହାତ ବଢାଇବା ସହ ସହରର ବିଭିନ୍ନ ଜାତି, ଧର୍ମଙ୍କୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି ନିଷ୍ପତ୍ତି ହୋଇଛି । ପୌରାଞ୍ଚଳର କାର୍ଯ୍ୟକାରୀ ସଭାପତି ଖରତ କୁମାର ରାଉତ, ବାସୁଦେବ ନାଗ, ନୃପ ବଗର୍ତ୍ତୀ, ସତ୍ୟ ନାରାୟଣ ବାଗ, ବ୍ୟାସଦେବ ବଗର୍ତ୍ତୀ, ବରୁଣ କୁମାର ହେର୍ଣ୍ଣା, ଅଷ୍ଟମୀ ବଗର୍ତ୍ତୀ, ଦୟାସାଗର ବଗର୍ତ୍ତୀ, ସଂଦୀପ ବାଗ, ସୁଚିତ କୁମାର ଭୋଇ, ଅରକ୍ଷିତ ଜୁଏଡ, ଆକୁଳ ବଗର୍ତ୍ତୀ, ଲକ୍ଷ୍ମଣ ବାଗ, ଦିଲୀପ ଖରସେଲ, ଦ୍ୱିତୀବାହାନ ଚନ୍ଦନ, ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର, ଶଙ୍କର ପୋଢ, ବେଣୁଧର ହାତୀ ଉପସ୍ଥିତ ଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଦେଇଥିଲେ ।