-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-Feb-2025
କଣ୍ଟାବାଞ୍ଜି(କୈଳାଶ ସଗ୍ରିଆ): ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ସହିତ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇ ଥିଲା।ଏହି ମେଳାକୁ ଅତିଥି ଭାବରେ ବଲାଙ୍ଗୀରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଜ୍ଞାନେନ୍ଦ୍ର ମଲ୍ଲିକ, ତୁରେକେଲା ବ୍ଳକ
ସଂଯୋଜକ, ବିରଞ୍ଚି ନାରାୟଣ ଦାଶ, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀ, ରାଜେନ୍ଦ୍ର ସିପକା,ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଯୋଗ ଦେଇଥିଲେ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିପୁଣ ଭାରତ ତରଫରୁ ମୌଳିକ ସାକ୍ଷରତା ଓ ସଂଖାଜ୍ଞାନ ହାସଲ ନିମନ୍ତେ ପ୍ରଥମ ରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା।ସାମଗ୍ରୀ ଗୁଡିକୁ ସମସ୍ତେ ଦେଖିବା ସହିତ ତାର ଉପଲବ୍ଧି ପାଇବା ପାଇଁ ଏକ ମେଳାର ଆୟୋଜନ କରାଯାଇଥିଲା।ଅତିଥି ମାନେ ପ୍ରତ୍ୟେକ ସାମଗ୍ରୀ ଗୁଡିକୁ ବୁଲି
ଦେଖିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ତାପର ଆମ ସଂସ୍କୃତି ଓ ଆମ ଖେଳନା ଉପରେ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା, କୃଷ୍ଣଚନ୍ଦ୍ର ରଣା,ତାରା ପ୍ରଧାନ,ସୀମା ଭୋଇ, ସୁରେଶ ମାଝୀ, ସୁବାଷ ଧରୁଆ ଓ କମିଟି ସଭ୍ୟ ସହଯୋଗ କରିଥିଲେ।