-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
ବରଗଡ଼/ବିଜେପୁର(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ବିଜେପୁର ସହରର ସଂକର୍ଷଣ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ମୀନ କେତନ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।ନୈତିକ ମୂଲ୍ୟବୋଧର ଅବକ୍ଷୟ ଯୋଗୁଁ ସମାଜରେ ଭ୍ରାଷ୍ଟାଚାର ତଥା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।ଏଵେଠୁ ସଜାଗ ନ ହେଲେ ଆଗାମୀ ଦିନରେ ଘରୁ ଗୋଡ଼ କାଢିବା କଷ୍ଟକର ହୋଇ ପଡିବ। ଏହାର ପ୍ରତିକାର ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁ ଦାୟିତ୍ବ ରହିଛି। ସୁତରାଂ ବିଦ୍ୟାଳୟରେ ପିଲାଙ୍କୁ ନୈତିକ ମୂଲ୍ୟବୋଧର ଶିକ୍ଷା ଏକାନ୍ତ ଆବଶ୍ୟକ ଵୋଲି ମତପ୍ରକାଶ ପାଇଥିଲା। ପ୍ରଧାନଶିକ୍ଷକ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ ସଂଗୀତ ମହତ୍ତମଙ୍କ ପରିଚାଳନାରେ ଛାତ୍ରୀଗଣ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷକ ବିଡିଓ ସାହୁ ଉଦ୍ଦେଶ୍ୟ ଜ୍ଞାପନ, ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମୂହିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପରେ ମୁଖ୍ୟ ଅତିଥି ବାର୍ଷିକ କ୍ରୀଡା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡା ଶିକ୍ଷକ କ୍ରୀଷ୍ଣା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।