-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2025
(ସୁଦାମ ଦୀପ )
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବରଗଡ ଉପଜ଼ିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗଦାନ କରିଥିଲେ l ଅନ୍ୟତମ ଅତିଥି ଭାବରେ ବରଗଡ ଲୋକସଭା ର ପୂର୍ବତନ ସାଂସଦ ପ୍ରଭାସ ସିଂ ଯୋଗଦାନ କରିଥିବା ବେଳେ ସୁଜିତ କୁମାର ପୃସେଟ ଆଇଆଇଏମ ସମ୍ବଲପୁର ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହା ପରେ ରୋଶନ ବେହେରା ରଙ୍ଗମଞ୍ଚ କୁ ଅତିଥି ମାନେ ଉଦଘାଟନ କରିଥିଲେ l ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା ବିବରଣୀ ପଠନ କରିଥିବାବେଳେ ଅଧ୍ୟାପକ ଲୋକବନ୍ଧୁ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଭିନ୍ନ କାର୍ଯ୍ୟକ୍ରମ ରେ ସପଲଥା ପାଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l