-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-Jan-2025
ବେଲପଡା ବ୍ଲକ ପଣ୍ଡ୍ରିଯୋର ଗ୍ରାମ ପଂଚାୟତ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ପରେ ନୂତନ ବର୍ଷର ଏହି ମାସ ରୁ ନୂତନ ବର୍ଦ୍ଧିତ ଭତ୍ତା ହିତାଧିକାରୀଙ୍କ ଦେଇଛନ୍ତି l ୮୦ ବର୍ଷ ଓ ୮୦%ଦିବ୍ୟାଙ୍ଗ ମହିଳା ଓ ପୁରୁଷ ମାନଂକୁ ସରକାର ୩୫ ଶହ ପ୍ରଦାନ କରୁଥିବାରୁ ବେଲପଡା ବ୍ଲକ ଦିଆଯିବା ଆରମ୍ଭ ହୋଇଛି । ବେଲପଡା ବ୍ଲକର ଶ୍ରୀମତୀ ଅନୁରାଧା ସାହୁ ତାଙ୍କ ପଂଚାୟତର ବିଛୁଵାହାଲି, ପଣ୍ଡ୍ରିଯୋର, ଗିଧମାଲ, କର୍ଲାବାହାଲି, ମୁଣ୍ଡାପଲା, ଭାଲୁବାହାଲି ଆଦି ଗାଁ ର ଘର ଘର ଯାଇ ହିତାଧିକାରୀ ମାନଙ୍କୁ ପ୍ରଦାନ କରୁଥିବା ଦେଖା ଦେଇଛି । ନୂତନ ଭାବେ ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀ ପାଇଁ ଖୁସିବ୍ୟକ୍ତ କରୁଥିବା ପ୍ରକାଶ କରୁଛନ୍ତି ଲ କିନ୍ତୁ ଦୁଃଖର କଥା ବର୍ଦ୍ଧିତ ଭତ୍ତା ପାଉଥିବା ହିତାଧିକାରୀ, ଖୁସି ଥିବା ବେଳେ କମ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ମନ ଦୁଃଖ କରୁଛନ୍ତି । ତେଣୁ ଯେ କୌଣସି ବିଧବା, ଦିବ୍ୟାଙ୍ଗ ଆଦି ୮୦ ବର୍ଷ ରୁ କମ ହିତାଧିକାରୀଙ୍କୁ ମଧ୍ୟ ସରକାର ଏହି ବର୍ଦ୍ଧିତ ଭତ୍ତା ରେ ସାମିଲ କରି ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି l
(ତ୍ରିନାଥ ବାଗ ଙ୍କ ରିପୋର୍ଟ )