-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   (03-May-2026)       ||      ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   (03-May-2026)       ||      ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   (03-May-2026)       ||      କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା    (03-May-2026)       ||      ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   (03-May-2026)       ||      ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   (03-May-2026)       ||      ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   (03-May-2026)       ||      *ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   (03-May-2026)       ||      *ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   (03-May-2026)       ||      ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||      ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ    (02-May-2026)       ||      ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା    (02-May-2026)       ||      ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||     

HOME   ଜିଲ୍ଲା

ଚାନ୍ଦଲିପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର.. “ଆମର ଜଙ୍ଗଲ,ପାହାଡ ଓ ନଦୀର ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ”

31-Dec-2024



ବଲାଙ୍ଗୀର: ଆମର ସାମାଜ ଓ ସଂସ୍କୃତି ଜଙ୍ଗଲ,ଜମି ଓ ଜଳ ଉପରେ ପର୍ଯ୍ୟବେଶିତ । ଜଙ୍ଗଲରୁ ନେଇ କି ନଦୀକୂଳରେ ମଣିଷ ସଭ୍ୟତାଗୁଡିକ ଗଢିଉଠିଛି । ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏହି ଜଙ୍ଗଲ,ଜମି ଓ ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଆଜି ବିକାଶନାମରେ ଚାଲିଥିବା କଂକ୍ରୀଟଜଙ୍ଗଲ ସୃଷ୍ଟି ପରିବେଶ ସହିତ ଆମର ସାମାଜିକ ବ୍ୟବସ୍ଥାକୁ ଧ୍ୱଂଶ କରିଦେଉଛି । ତେଣୁ ଜଙ୍ଗଲ,ପାହାଡ ଓ ନଦୀଗୁଡିକର ସୁରକ୍ଷା କରାଯାଇ ଏହି ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ ବୋଲି ଦେଓଗାଁବ୍ଲକ ଦେଷଣ୍ଢ ନିକଟସ୍ଥ ଚାନ୍ଦଲିପାହାଡ ମହୋତ୍ସବ ଅବସରରେ ଅନୁଷ୍ଠିତ “ଚାନ୍ଦଲିପାହାଡର ଅତିତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ” ଆଲୋଚନାଚକ୍ରରେ ଅଲୋଚକଗଣ ମତବ୍ୟକ୍ତ କରିଛନ୍ତି । ଚାନ୍ଦଲିପାହାଡ ମହୋତ୍ସବର ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବରେ ଆଦିବାସୀ ସଂସ୍କୃତିଗବେଷକ ରାଜୀବ ସଗରିଆ,ଅଧ୍ୟାପକ ଡ.ସଂଜୟକୁମାର ମିଶ୍ର,ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦକୁମାର ବହିଦାର ଯୋଗଦେଇଥିଲେ । ଆଲୋଚକ ରାଜୀବ ସଗରିଆ ତାଙ୍କ ବକ୍ତବ୍ୟରେ ପାହାଡମାନଙ୍କର ଚାନ୍ଦଲି ନାମକରଣ ଉପରେ ବକ୍ତବ୍ୟ ରଖିବା ସହିତ ପାହାଡ ଓ ଜଙ୍ଗଲ ହେଉଛି ଆମର ଆଦିସଂସ୍କୃତି ବୋଲି କହିଥିଲେ । ଏହା ସହିତ ପୃଥିବୀର ଯେତେ ଉନ୍ନତ ସଭ୍ୟତା ରହିଛି ତାଠାରୁ ଆମ ଅଞ୍ଚଳର ପୁରାତନ ସଭ୍ୟତା ଖୁବ ଉନ୍ନତ ବୋଲି କହିଥିଲେ । ଆଦିମଣିଷ ଜଙ୍ଗଲରେ ବସବାସ କରି ପ୍ରକୃତିପୂଜା କରୁଥିଲା । ପ୍ରକୃତିରୁ ଖାଦ୍ୟସଂଗ୍ରହ କରି ବଞ୍ଚୁଥିଲା ଓ ସେଥିପାଇଁ ସେହି ପାହାଡ,ପର୍ବତକୁ ପୂଜା କରି ସୁରକ୍ଷା କରୁଥିଲା । ଆଜି ମଧ୍ୟ ପ୍ରକୃତି ଓ ପରିବେଶକୁ ସୁରକ୍ଷା କରିବାକୁ ହେଲେ ସେହି ପାହାଡ ଓ ଜଙ୍ଗଲକୁ ସୁରକ୍ଷା କରିବାକୁ ହେବ । ଚାନ୍ଦଲିପାହାଡ,ଭୀମପାହାଡର ସୁରକ୍ଷା ପାଇଁ  ଯେଭଳି ଆଜି ଲୋକ ଅଣ୍ଟା ଭିଡିଛନ୍ତି ଠିକ ସେଭଳି ଅନ୍ୟ ପାହାଡଗୁଡିକୁ ମଧ୍ୟ ସୁରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଡ.ସଂଜୟକୁମାର ମିଶ୍ର ଆଲୋଚନା କରି କହିଲେ ଯେ,ଆଜି ବିକାଶନାମରେ କେବଳ ପରିବେଶକୁ ବିନାଶ କରାଚାଲିଛି । ବିକାଶ ପ୍ରକଲ୍ପ କଥା କହି ପାହାଡମାନଙ୍କୁ ଫଟାଇ ଦିଆଯାଉଛି । ଜଙ୍ଗଲସଫା କରିଦିଆଯାଉଛି । ଯାହାକି ଆମର ଭବିଷ୍ୟତ ପିଢୀକୁ ବିପଦ ଆଡକୁ ଟାଣିନେଉଛି । ଆମର ମୂଳସଭ୍ୟତା ପାହାଡ,ଜଙ୍ଗଲ ଓ ନଦୀକୁ ନେଇ ହୋଇଛି । ତେଣୁ ଏହାର ସୁରକ୍ଷା ପାଇଁ ଆମେ ସମସ୍ତେ ଚିନ୍ତା କରିବାର ସମୟ ଆସିଛିୁ ବୋଲି ଡ.ମିଶ୍ର କହିଥିଲେ । ପ୍ରମୋଦ ବହିଦାର ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକ ଅଞ୍ଚଳରେ ଆଜି ଭୀମଡୁଙ୍ଗୁରୀ ଓ ଚାନ୍ଦଲି ଭଳି ପର୍ବତ କୁ ପର୍ଯ୍ୟଟନକ୍ଷେତ୍ର କରାଯାଇ ପାରିଛି । ଏହା ଫଳରେ ପାହାଡ ଓ ଜଙ୍ଗଲର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକା ମଧ୍ୟ ସୁରକ୍ଷିତ ହେଉଛି ବୋଲି କହିଥିଲେ । ଠିକ ସେହିପରି କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ପ୍ରଥମରେ ଅତିଥି ପରିଚୟ ଦେବା ସହିତ ଚାନ୍ଦଲି ଓ ଭୀମପାହାଡ ପର୍ଯ୍ୟଟନକ୍ଷେତ୍ର ଦେଓଗାଁ ବ୍ଲକ ସମେତ ବଲାଙ୍ଗୀର ଜିଲ୍ଲାର ଗୌରବ ବଢାଇଛି । ଆଜି ଏହି ଅଞ୍ଚଳର ଲୋକ ମହୋତ୍ସବ ମାଧ୍ୟମରେ ଏକତ୍ରିତ ହୋଇଛନ୍ତି । ଚାନ୍ଦଲିପାହାଡ ର ବିକାଶ ପାଇଁ ପୂର୍ବସରକାର ପର୍ଯ୍ୟଟନବିଭାଗରୁ ୧କୋଟି

ଟଙ୍କା,ଗ୍ରାମ୍ୟଉନ୍ନୟନ ବିଭାଗରୁ ୩କୋଟି ଟଙ୍କା ଓ ଅନ୍ୟାନ୍ୟ ଯୋଜନାରୁ ଦେଇଥିବା ଲକ୍ଷାଧିକ ଟଙ୍କା ରୁ ବିକାଶ କାମ ଚାଲିଛି । ଏବେ ସ୍ଥାନୀୟ ବିଧାୟକ କଳିକେଶନାରାୟଣ ସିଂଦେଓ ଚାନ୍ଦଲିର ବିକାଶ ପାଇଁ ୧୦କୋଟି ଟଙ୍କା ଓ ଭୁଲିଆକଟା(ମେହେରକଟା)ର ଉନ୍ନତିକରଣ ପାଇଁ ୫କୋଟି ଟଙ୍କାର ଅନୁଦାନ ଦେବାକୁ ରାଜ୍ୟସରକାରଙ୍କ ପାଖରେ ଦାବି କରିଛନ୍ତି । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକବାସୀଙ୍କ ଉଦ୍ୟମ ଯୋଗୁଁ ଆଜି ଦୁଇଟି ପର୍ଯ୍ୟଟନ ସ୍ଥଳିର ବିକାଶ ହୋଇଛି ଓ ଏହା ଆଗାମୀଦିନରେ ଦେଓଗାଁ ଅଞ୍ଚଳର ପରିଚୟ ହେବା ସହ ଦେଶବିଦେଶରେ ନାମ କରିବ । ଲୋକଙ୍କ ଜୀବନଜୀବିକା ଓ ଅର୍ଥନୈତିକ ଉନ୍ନତି ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଶେଷରେ ଦେଷଣ୍ଢର ସରପଞ୍ଚ ଯଶୋଦା ମେହେର ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଆଲୋଚନାଚକ୍ରରେ କେଭିି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡ.ସଂଜୟ ମିଶ୍ରଙ୍କ ତତ୍ୱାବଧାନରେ ଓଡିଆବିଭାଗର ୧୫ଜଣ ଛାତ୍ରଛାତ୍ରୀ,ଦେଷଣ୍ଢ ଅଞ୍ଚଳର ଶତାଧିକ ପୁରୁଷ/ମହିଳା ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ସମ୍ଭବ କଲେଜ ଠାରେ ଗ୍ରୀଷ୍ମ ଅଧ୍ଯୟନ ଶିବିରର ଶେଷ ଦିବସରେ "ଅନୁଭବ ଅଭିବ୍ୟକ୍ତି ଉତ୍ସବ" ଅନୁଷ୍ଠିତ   03-May-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଙ୍କିତ ସାହୁ ନିଯୁକ୍ତ   03-May-2026
  ଜିଲ୍ଲା  
ଅତାବିରାରେ ସାମ୍ବାଦିକ ମାନଙ୍କଦ୍ୱାରା ଦେବର୍ଷି ନାରଦଙ୍କ ଜୟନ୍ତୀ   03-May-2026
  ଜିଲ୍ଲା  
କଟକଗୋପାଳପୁର-ବାଲିକୁଦା ଓଭରବ୍ରିଜ୍‌ ଏବେ ଯାତ୍ରୀଙ୍କ ମରଣ ଯନ୍ତା। ଯାତ୍ରୀଙ୍କୁ ଭଗବାନ ଭରଷା   03-May-2026
  ଜିଲ୍ଲା  
ବିଦ୍ୟୁତ୍ ସଂସ୍ସର୍ଶରେ ଯୁବତୀ ମୃତ   03-May-2026
  ଜିଲ୍ଲା  
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ,ଲାଦରପାଲିର ସଫଳତା, ସୁଶ୍ରୀ କ୍ରିଷ୍ଣା ପତି ଅତାବିରା ବ୍ଲକ ଟପ୍ପର   03-May-2026
  ଜିଲ୍ଲା  
ଆଦିବାସୀ ମହୋତ୍ସବ ଉଦ୍‌ଘାଟିତ   03-May-2026
  ଜିଲ୍ଲା  
*ହାଇସ୍କୁଲ୍ ପରୀକ୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ରେ ସ୍ୱର୍ଣ୍ଣିମ ଫଳାଫଳ*- *96.21% ହାର ରେ କୃତିତ୍ବ ହାସଲ*- *ହାଇସ୍କୁଲ୍ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ଜଣାଇଲେ ଜିଲ୍ଲାପାଳ*-   03-May-2026
  ଜିଲ୍ଲା  
*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*   03-May-2026
  ଜିଲ୍ଲା  
ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ   02-May-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   02-May-2026
  ଜିଲ୍ଲା  
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   02-May-2026

You Might Also Like