-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଛି ବୀରତା ଦିବସ୍। ଆଜିର ଦିନରେ ଘେଁସ୍ ଜମିଦାର ସହୀଦ ମାଧୋ ସିଂହ ସହୀଦ ହୋଇଥିଲେ ସେଥି ପାଇଁ ସାରା ଓଡିଶାରେ ଆଜିର ଦିନ କୁ ବୀରତା ଦିବସ ଭାବରେ ରାଜ୍ୟ ସରକାର ପାଳନ କରୁଛନ୍ତି। ଏହି ଅବସରରେ ଅତିଥି ଭାବେ ଗୀତିକାର କପିଳେଶ୍ଵର ଖମାରୀ, ସମାଜସେବୀ ସ୍ବାଧୀନ ପଣ୍ଡା,କବି ଗୋପାଳ ମେହେର ଓ ତହଁକ ସଂପାଦକ ରାଜେଶ ଦଣ୍ଡସେନା ଯୋଗଦେଇ ସହିଦ ମାଧୋ ସିଂ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ତାଙ୍କ ମାଟି ପ୍ରତି ଅବଦାନ କୁ ମନେ ପକାଇଥିଲେ । ମୁଖ୍ଯ ସଂପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୨୪ କୁ ବିଦାୟ ଦେଇ ୨୦୨୫ ନୂଆଁବର୍ଷ କୁ ସ୍ବାଗତ କରିବା ପାଇଁ କୋସଲି କବିତା ଆସର ଅନୁଷ୍ଠିତ ହୋଇଥିଲା ଏଥିରେ କବି ମିଳନ ପଣ୍ଡା, ପୁଷ୍ପାଞ୍ଜଳି ମେହେର, ପୁର୍ଣିମା ପଣ୍ଡା, ଭରତ ମେହେର, ରବିନ୍ଦ୍ର ସାହୁ,ଅଭିଜିତ ଫରିକାର, ନିମାଇଁ ଚରଣ ବାଗ୍ , ଦେବବ୍ରତ ମିଶ୍ର ପ୍ରମୂଖ ସ୍ବରଚିତ କବିତା ପଠନ କରିଥିଲେ କବିତା ଆସରକୁ କବି ଧର୍ମେନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ ଶେଷରେ ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।