-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ବଲାଙ୍ଗୀର ବ୍ଲକ ଧୁମlଭଟା ବାଣୀଶ୍ରୀ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ l ଶ୍ରୀ ପାଢୀ ଦୀର୍ଘ ୩୫ବର୍ଷ କାଳ ଧରି ଶିକ୍ଷକତା ଜୀବନରେ ସବୁବେଳେ ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ଅନୁଶାସନକୁ ପ୍ରାଥମିକତା ଦେଇ ଆସିଥିଲେ l ଶ୍ରୀ ପାଢୀ ଙ୍କ ସମୟରେ ପତିତପାବନ ଏକାଡେମୀ ଜିଲ୍ଲା ସ୍ତରରୁ ଯାଇ ରାଜ୍ୟସ୍ତର ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲା l ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ଶ୍ରୀ ପାଢୀ ପି.ପି ଏକାଡେମୀରେ ୧୩.୦୯.୨୦୨୦ ରୁ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟଭାର ଗ୍ରହଣ କରି ଦକ୍ଷତାର ସହ ନିଜର ଦାୟିତ୍ଵ ତୁଲାଇ ଆସିଥିଲେ l ପି.ପି ଏକାଡେମୀର ଡ଼ାଇମଣ୍ଡ ଜୁବୁଲିକୁ ସଫଳତାର ସହ ସମାପନ କରିବା ଦିଗରେ ଶ୍ରୀ ପାଢୀଙ୍କ କାର୍ଯ୍ୟଦକ୍ଷତାକୁ ବିଭିନ୍ନ୍ ମହଲରେ ପ୍ରଶଂସା କରାଯାଇଛି l ଆଜି ଅପରାହ୍ନରେ ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ସଭାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ପ୍ରଧାନ ଶିକ୍ଷକଙ୍କ ଚାକିରୀ ଜୀବନର ବିଭିନ୍ନ ଦିଗ ଓ ସ୍କୁଲର ପାରିପାର୍ଶ୍ବିକ ଉନ୍ନତି କ୍ଷେତ୍ରରେ ଶ୍ରୀ ପାଢୀଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସ୍କୁଲକୁ ସର୍ବାଙ୍ଗ ସୁନ୍ଦର କରିବା ଦିଗରେ ଶ୍ରୀ ପାଢୀଙ୍କ ଅବଦାନ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ସଭାରେ ମତପ୍ରକାଶ ପାଇଥିଲା l ଶ୍ରୀ ଏହି ସଭାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l