-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
17-Dec-2024
କଣ୍ଟାମାଳ(ଜୟକୁମାର ମହାରଣା): କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଲସାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କଣ୍ଟାମାଳ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି l ସଙ୍କୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟଭାନୁ ଦଣ୍ଡୁଆଶୀ ଓ ସମlରୋପରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଏ.ବି.ଇ.ଓ ଲୋକନାଥ ପାଢ଼ୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ ଶ୍ରୀ କାର୍ତିକେଶ୍ଵର ବେହେରା ଯୋଗଦେଇ ଥିଲେ l
ସମ୍ମାନିତ ଅତିଥି ଭାବେ ସଭାପତି ଶିଶିର କୁମାର ଖଟୁଆ ,ସଙ୍କୁଳ ସଂଯୋଜକ ଭଗବାନ ମନହିରl , ଅଜିତ କୁମାର ଗିରି ,ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଧାନ ଆଚାର୍ଯ୍ୟ ହେମନ୍ତ ପୁଟେଲ ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା ଓ ସଙ୍କୁଳ ଶାରୀରିକ ପ୍ରମୁଖ ଶ୍ରୀପତି ଦୀପ ବାର୍ଷିକ କ୍ରୀଡା ବିବରଣୀ ପଠନ କରିଥିଲେ। ନେପାଲ ଭୋଇ , ହେମନ୍ତ ମଲ୍ଲିକ , ସୁଶାନ୍ତ ପ୍ରଧାନ , ଶ୍ରୀକାନ୍ତ କୁଦେଇ,ଶଙ୍କର୍ଷଣ ଖେତି , କୃପାସିନ୍ଧୁ ବଘାର ଆଦି ଖେଳ ପରିଚାଳନା କରିଥିଲେ । କଣ୍ଟାମାଳ ସଂକୁଳର ବିଭିନ୍ନ ବିଦ୍ୟାଳୟ ରୁ ମୋଟ ୯୧ ଜଣ ଶିଶୁ ଭାଇ ଭଉଣୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ l ସମସ୍ତ କୃତି ପ୍ରତିଯୋଗୀ ଭାଇ ଭଉଣୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡ଼ମାଳି , ଲିଙ୍ଗରାଜ ସେଠ୍ କ୍ରୀଡାଉତ୍ସବ ପରିଚାଳନା କରିଥିବାବେଳେ ସ୍ଥାନୀୟ ଶିଶୁ ମନ୍ଦିର ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ଗୁରୁଜୀ ଗୁରୁମା ,ସେବକ ସେବିକା ସହଯୋଗ କରିଥିଲେ। ବିଦ୍ୱତ ପରିଷଦ ର ସମ୍ପାଦକ ଶ୍ରୀ ବଳଦେବ ପ୍ରହରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ ।