-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
17-Dec-2024
ନର୍ଲା (ସଞ୍ଜିବ ଦାସ )
ମଙ୍ଗଳ ବାର ଦିନ ବିଜୟା ନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ସମାରୋପ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନନୀୟ ବିପିନ କୁମାର ଦୀପ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ମାନନୀୟ ଶିକ୍ଷା ଅଧିକାରୀ ତପିମଣୀ ଜାନୀ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ମାନନୀୟ ଜନ୍ମେଜୟ ସ୍ୱାଇଁ, ଜମି ଅଧିଗ୍ରହଣ ଅଧିକାରୀ କଳାହାଣ୍ଡି ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଅତିଥି ମାନଙ୍କ ପରିଚୟ ବରିଷ୍ଠ ଓଡ଼ିଆ ଅଧ୍ୟାପକ ମାନନୀୟ ଉମେଶ ଚନ୍ଦ୍ର ସ୍ୱାଇଁ କରିଥିବା ବେଳେ ମଞ୍ଚଚାଳନା ଶ୍ରୀ ବିଜୟ କୁମାର ଭୋଇ ଇତିହାସ ଅଧ୍ୟାପକ କରିଥିଲେ l ବିଦ୍ୟାଳୟ ଅଧ୍ୟକ୍ଷ ମାନନୀୟ ସୁଶିଲ ସେନାପତି ସ୍ୱାଗତ ଭାଷଣ ଦେଇ ଥିଲେ l ଅତିଥି ମାନେ ଖେଳୁଆଡ ମନୋଭାବ ନେଇ ଖେଳି ଶ୍ରେଷ୍ଠ ଖେଳାଳି ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରି ସଫଳ କରିଥିବାରୁ ଅଧ୍ୟକ୍ଷ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରାଯାଇଥିଲା