-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
13-Dec-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ତୁଷୁରା ସହର ସ୍ଥିତ ତୋଷାଳୀ ବିଦ୍ୟାମନ୍ଦିର ପରିସରରେ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ତୁଷୁରା ଇଷ୍ଟ ଦେବୀ ମାଁ ସମଲେଶ୍ବରୀଙ୍କ ପୂଜା ଅର୍ଚ୍ଚନା ପରେ ବିଦ୍ୟାଳୟ ପରିଚାଳକ ଦେବାଶିଷ ମହାପାତ୍ର, ହେମନ୍ତ ସାହୁ ଓ ଶ୍ୟାମସୁନ୍ଦର ପ୍ରଧାନ ଅନୁଷ୍ଠିତ ଭାବେ ବାର୍ଷିକ କ୍ରିଡା ଉଦଘାଟନ କରିଥିଲେ। ଦୌଡ, ଲଙ୍ଗଜମ୍ପ, ହାଏ ଜମ୍ପ, ସଟପୁଟ ଥ୍ରୋ, ମ୍ୟୁଜିକ ଚେୟାର, ପୁଚି ଖେଳ, ଜିଲେପି ଖିଆ, ବସ୍ତା ଦୌଡ ଆଦି ଖେଳ ଅନୁଷ୍ଠିତ ହୋଇ ଥିବା ବେଳେ ତିନୋଟି ଗ୍ରୁପରେ ଖେଳ ଅନୁଷ୍ଠିତ ହୋଇ ଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ଭୋଇ, ରୋହିତ ପ୍ରଧାନ, ପଦ୍ମନାଭ ସାହୁ, ସଞ୍ଜୟ ସ୍ବାଇଁ, କାମଦେବ ପ୍ରଧାନ, ପିତାମ୍ବର ସା, ସୁରଜ ଭୋଇ, ଆର୍ଯ୍ୟବ୍ରତ ସରାଫ, ପ୍ରିୟ ରଞ୍ଜନ ପୁଟେଲ, ନିବେଦିତା ମହାପାତ୍ର, ଅର୍ପିତା ସାହୁ, ସରସ୍ଵତୀ ପ୍ରଧାନ, ଅଞ୍ଜଳି ବିଶ୍ବାଳ, ରଶ୍ମିତା ପ୍ରଧାନ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ।