-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
28-Nov-2024
କଳାହାଣ୍ଡି
କୋକସରା(ତ୍ରିନାଥ ବେଶ୍ରା )
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ଓ ଦଣ୍ଡପାଟ ଯୁବ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର କୋକସରା ବ୍ଳକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତର ଶ୍ରୀରାମପୁରଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଓ ଜଳ ଶକ୍ତି ଅଭିଯାନ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା କ୍ଷେତ୍ର ପ୍ରଚାରକ ଖଗେଶ ବାଇପାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ଯନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ମୁଖ୍ଯ ବକ୍ତା ଏବଂ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ରଜତ ବଂଶଲ, ଯୁବ ସଂଗଠକ ସଂଜୀବ କୁମାର ଠାକୁର, ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଘର ଉପରେ ସୌର ପ୍ୟାନେଲ ଲଗାଇବା ପାଇଁ ସରକାର ସବସିଡି ଓ ଋଣର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମାଗଣା ବିଜୁଳି ପାଇବା ସଙ୍ଗେ ସଙ୍ଗେ ବଳକା ବିଜୁଳି ବିକି ଆର୍ଥିକ ଲାଭ ମଧ୍ୟ ପାଇପାରିବେ। ତେଣୁ କେମିତି ଏହି ଯୋଜନାରେ ସାମିଲ ହେବେ ଏବଂ ଏହାର ଫାଇଦା ଉଠାଇବେ, ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏଥିସହିତ ଜଳର ସୁବିନିଯୋଗ କରିବା ସହ କିଭଳି ଭାବରେ ପ୍ରଦୂଷଣ ମୁକ୍ତ କରିବା, କେମିତି ଜଳ ସଂରକ୍ଷଣ କରିବା ସେ ବିଷୟରେ ଅତିଥିମାନେ ସଚେତନତା ସୃଷ୍ଟି କରିଥିଲେ। ଏହି କ୍ରମରେ ଉପସ୍ଥିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ନେଇ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଠିକ୍ ଉତ୍ତର ଦେଇଥିବା ପ୍ରତ୍ୟେକ ମହିଳାଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ସଂଯୋଜନା କରିଥିବା ବେଳେ ସଂଗଠକ ଅବିନାଶ ମୁଣ୍ଡ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ କଳାକାର ମାନେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ନ୍ରୁତ୍ଯ ସଂଗୀତ ମାଧ୍ୟମରେ ବୁଝାଇଥିଲେ। ଦଣ୍ଡପାଟ ଯୁବ ସେବା ସଂଗଠନର ସଂପାଦକ ଭୁଜବଳ ନାଏକ, ଉପ-ସଭାପତି ତ୍ରିଲୋକ ନାଥ ସିଂ, ସହ-ସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ହେମାଲ ବିଶି, ଭୀଷ୍ମ ବାଣୁଆ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଉପ-ସଭାନେତ୍ରୀ ସାବିତ୍ରୀ ନାଏକ, ସଂପାଦିକା ସଂଗୀତା ବିଶି, ସହ-ସଂପାଦିକା ଦୁଲ୍ଲଭି ହଂସ, କୁନି ବାଣୁଆ, ଦୀପିକା ସାହୁ, ହାରାମଣୀ ନାଏକ, ହିମାଦ୍ରୀ ଖଣ୍ଡାଧାରୀ, ହେମଲତା ନାଗ ସମେତ ମିଶନ ଶକ୍ତି ସଭାନେତ୍ରୀ ପଙ୍କଜିନି ମେହେର ସମ୍ପଦିକl ଗୀତା ରାଣୀ ସୁନାନୀ, ଏମ ବି କେ -ବନିତା ସୁନାନୀ, ସି ଆର ପି ବୀଣାପାଣି ସୁନାନୀ, ସଂଯୁକ୍ତା ସିଂ, ପଙ୍କ ଜିନି ମେହେର,ତଥା ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ ମହିଳା ଓ ମହାବୀର ଯୁବ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।