-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଲେଟ ପଞ୍ଚାୟତ ଗଉର ଟିକ୍ରା ଗ୍ରାମର ଲିଭି ବନ୍ଦ ନିକଟରେ ରହିଥିବା ଏକ ପଡିଆ ରେ ଗ୍ରାମର ଭାଗଚାଷୀ ଅନନ୍ତ ରାମଜାଲ ଙ୍କ ଧାନ ପ୍ୟାକେଟ ଗଦା ରୁ ଧାନ ଚୋରି କରି ଚଂପଟ ମାରୁଥିବା ବେଳେ ଆଜି ଧରାପଡ଼ିଥିବା ନେଇ ଅଞ୍ଚଳର ଚାଷୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ନିଜ ନିଜର ଉତ୍ପାଦିତ ଧାନ ର ସୁରକ୍ଷା ନେଇ ଆଶଙ୍କିତ ହୋଇଛନ୍ତି। ପ୍ରକାଶ ଥାଉକି ଗତ ରବିବାର ଦିନ ଉକ୍ତ ଗ୍ରାମର ଭାଗ ଚାଷୀ ସଦାନନ୍ଦ ମିର୍ଦ୍ଧା ଙ୍କ ଧାନ ଗଦାରୁ ୧୨୦ ପ୍ୟାକେଟ ଧାନ ଚୋରି ହୋଇଥିଲା । କିନ୍ତୁ କିଏ ଚୋରି କରିଥିଲା ତାହା ଜଣ ପଡ଼ିନଥିଲା । ଏ ନେଇ ସଦାନନ୍ଦ ଗ୍ରାମର ସମସ୍ତ ଚାଷୀଙ୍କୁ ସତର୍କ କରିବା ସହ ଚୋରକୁ ଧରିବା ପାଇଁ ପ୍ରତିଦିନ ବିଲରେ ଲୁଚି ରହୁଥିଲେ । ଗତ ବିଳମ୍ବିତ ରାତିରେ ପୁଣି ଗ୍ରାମର ପୁରୁଣା ମିଲ୍ ପଛପଟେ ରହିଥିବା ଅନନ୍ତ ରାମଜାଲ୍ ଙ୍କ ଗଦା ରୁ ପୁଣି ୧୨ ଜଣ ଚୋର
ଆସି ଏକ ଗାଡ଼ି ନଂ ୭୦୯ଗାଡ଼ି ସି ଜି ୦୪ ଜି ୯୪୦୦ ରେ ଧନ ବୋଝେଇ କରି ନେବାର ଉଦ୍ୟମ କରୁଥିବା ଦେଖି ଲୁଚି ରହିଥିବା ଲୋକେ ତାଙ୍କୁ ଧରିବା ପାଇଁ ଚାହୁଁଥିଲେ ।କିନ୍ତୁ ଚୋର ମାନଙ୍କ ସଂଖ୍ୟା ଅଧିକ ଥିବା ଦେଖି ଜୀବନ ପ୍ରତି ବିପଦ ମଣି ଫୋନ ମାଧ୍ୟମରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଗ୍ରାମବାସୀ ପରସ୍ପର ମଧ୍ୟରେ ଯୋଗାଯୋଗ କରି ଏକତ୍ରିତ ଭାବରେ ଚୋର ଙ୍କୁ ଧରିବା ପାଇଁ ଆସିଥିଲେ । ସେତେବେଳକୁ ଚୋରା ମାନେ ଅନନ୍ତ ଙ୍କ ଗଦlରୁ ୪୫ କେଜି ବିଶିଷ୍ଟ ୧୧୦ ପ୍ୟାକେଟ ଓ ଶାନ୍ତି କୁମାର ମିର୍ଦ୍ଧା ଙ୍କ ଧାନ ଗଦା ରୁ ୩୦ ପ୍ୟାକେଟ ଧାନ ମୋଟ ୧୪୦ ପ୍ୟାକେଟ ଧାନ ଗାଡ଼ିରେ ବୋଝେଇ କରିସାରିଥିଲେ । ଗ୍ରାମବାସୀ ଚୋରଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ୧୦ ଜଣ ଧରାପଡିଥିଲେ ଓ ଦୁଇଜଣ ଫେରାର ମାରିଥିଲେ ।ଚୋର ମାନେ ସମ୍ବଲପୁର ଜିଲ୍ଲା ର ଯୁଜୁ ମୁରା ଅଞ୍ଚାଲର ଜିତେନ୍ ଓରାମ(୨୦), କ୍ରୀଷ୍ଣା ଓରାମ୍ (୧୯),ଅବତାବ ଓରାମ(୧୯),ନାବାଳକ ଦେବାଶିଷ ଓରାମ,ରାହୁଲ ଓରାମ(୧୮), ନାବାଳକ ଶିବ ଓରାମ,ବଣ୍ଟି ଓରାମ(୧୮),ଅଜିତ ନାଏକ(୨୦) ଓ ଲକ୍ଷ୍ମଣ ଦାସ(୨୬) ତୃତିଆ ବଗର୍ତ୍ତି (୩୫)ପ୍ରମୁଖ ଘଟଣା ସ୍ଥଳରେ ସମସ୍ତ ଚୋରଙ୍କୁ ଗଛରେ ବାନ୍ଧି ରଖି ଗ୍ରାମବାସୀ ପୋଲିସ କୁ ଖବର ଦେଇ ଥିଲେ । ପୋଲିସ ପହଞ୍ଚିବା ପରେ ଧାନ ବୋଝେଇ ଗାଡ଼ି ସମେତ ୧୦ ଜଣଙ୍କୁ ପୋଲିସ କୁ ହସ୍ତାନ୍ତର କରିଥିଲେ ।ଏନେଇ ପୋଲିସ ପ୍ରାରମ୍ଭିକ ତଦନ୍ତ ସହ ତନାଘନା ଜାରି ରଖିଛି। ସଦାନନ୍ଦ ଜଣେ ଭାଗ ଚାଷୀ ।ସମସ୍ତ ପୁଞ୍ଜି ସହ ଝାଳବୁହା ପରିଶ୍ରମ କରି ଚାଷୀ ମାନେ ଧାନ ମୁଠାଏ ଉତ୍ପାଦନ କରୁଛନ୍ତି ,ଯେଉଁଥିରେ ନିଜର ଜୀବିକା ନିର୍ବାହ କରୁଛନ୍ତି । ସେହି ଉପାର୍ଜିତ ଧାନ କୁ ଚୋର ମାନେ ଚୋରି କରି ନେବା ପରେ ସେମାନଙ୍କ ମାନସିକ ଓ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡ଼ୁଛି । ଆଜିର ଏହି ଚୋରି ଘଟଣା କୁ ଦେଖି ଅନୁମାନ କରାଯାଉଛି ଯେ ଏହି ଧାନ ଚୋର ଙ୍କ ଏକ ବଡ଼ ଗ୍ୟାଙ୍ଗ ରହିଛନ୍ତି ଓ ବିଭିନ୍ନ ସ୍ଥାନରୁ ଏମିତି ଧାନ ଚୋରି କରିବା ଏମାନଙ୍କ ବ୍ୟାପାର ।ତେଣୁ ଏମାନଙ୍କ ପାଇଁ ଉପଯୁକ୍ତ କଡାକଡି ଦଣ୍ଡ ବିଧାନ କରାଯାଉ ବୋଲି ଚାଷୀ ମହଲରେ ଦାବି ହେଉଛି ।
(ଆକାଶ ମିଶ୍ର ଙ୍କ ରିପୋର୍ଟ )