-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ଏକ ବିରାଟ ରାଲି ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ସଦସ୍ୟ ସଦସ୍ୟା | ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ | ୧୦ ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏବଂ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ତେବେ ମୁଖ୍ୟ ଦାବି ଗୁଡିକ ମଧ୍ୟ ରୁ ସରକାରୀ ମାନ୍ୟତା, ମାସିକ ୧୦. ୦୦୦ ଟଙ୍କା ଦରମା ଲାଗୁ କରାଯାଉ, ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ ଲାଗୁ କରାଯାଉ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ ଏବଂ ପରିଚୟ ପତ୍ର ପ୍ରଦାନ ଆଦି ଦାବି ପୁରଣ କରାଯାଉ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ଯଦି ଦାବି ପୁରଣ ନ ହୁଏ ତେବେ ପାଚିକା ମହା ସଙ୍ଘ ସମସ୍ତ ସ୍କୁଲ ଖାଦ୍ୟ ରନ୍ଧା ବନ୍ଦ କରି ରାଜ ରାସ୍ତା ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି l