-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-Nov-2024
ଅତାବିରା(ଆକାଶ ମିଶ୍ର): ଅତାବିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଯୋଗଦେଇ କ୍ରୀଡାପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନ୍ଦ୍ର ନାରାୟଣ ଦାଶ ଏବଂ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଅତିଥି ରୂପେ ଯୋଗ ଦେଇ ଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯଯାତୀ କେଶରୀ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଟ ଆଚାର୍ଯ୍ୟ ପ୍ରଦୀପ କୁମାର ପୁଝାରୀ, କ୍ରୀଡା ପରିଚାଳନା କରିଥିଲେ ।ଏଥି ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କ୍ରୀଡା ପ୍ରତିଯୋଗିତାକୁ ସୁଚାରୁ ରୂପେ ସଂପାଦନ କରିବାରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ l ବିଦ୍ୟାଳୟ ର ୩୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଜିତ କୁମାର ସାହୁ, ଜୟ ପ୍ରକାଶ ଆଚାର୍ଯ୍ୟ, ଗୁରୁମା ରୁପାଞଳୀ ପ୍ରଧାନ, ପଦ୍ମିନୀ ପ୍ରଧାନ, ସଂଯୁକ୍ତl ଦନ୍ତା ସଂଯୋଜନା କରିଥିଲେ l