-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଯାଜପୁର ଜିଲ୍ଲା ଧର୍ମଶାଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ମାସିକ ଶିଶୁ ସାହିତ୍ୟ ପତ୍ରିକା 'ଶୁଭ ସକାଳ'ର ଦଶମ ବାର୍ଷିକ ଉତ୍ସବ ସମାରୋହରେ ବରଗଡ଼ର ସୁପରିଚିତ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କୁ 'ଶୁଭ ସକାଳ ଶିଶୁ ସାହିତ୍ୟ ସମ୍ମାନ-୨୦୨୪' ରେ ସମ୍ମାନିତ କରାଯାଇଛି। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଶିଶୁ ସାହିତ୍ୟ ଆଧାରିତ ଉପାଦେୟ ଲେଖା, ଶିଶୁ ପତ୍ରିକା 'କଳାମାଣିକ' ସମ୍ପାଦନା, ଶିଶୁ ସାହିତ୍ୟ ସଙ୍ଗଠନ ବିଶେଷ କରି ଭ୍ରାମ୍ୟମାଣ ପାଠାଗାର ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ ଯେ ଡକ୍ଟର ସାହୁ ଚବିଶ ଖଣ୍ଡ ପୁସ୍ତକ ରଚନା କରିବା ସହ ନିୟମିତ ଭାବରେ ଓଡ଼ିଶାର ପ୍ରତିଷ୍ଠିତ ଶିଶୁ ସାହିତ୍ୟ ପତ୍ରିକା ଓ ଖବରକାଗଜ ମାନଙ୍କରେ ଲେଖି ଶିଶୁ ପାଠକ ପାଠିକା ମାନଙ୍କ ନିକଟରେ ସୁପରିଚିତ।