-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
24-Nov-2024
ତୁଷୂରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ବଡଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ସ୍ଥିତ ଉଡାଜାହାଜ ପଡିଆ ପାଖରେ ଇଣ୍ଡିଆନ ଜଷ୍ଟିସ ପାର୍ଟିର ଏକ ଗୁରୁତ୍ୱପୂର୍ଣ ବୈଠକ ପାର୍ଟିର ସଭାନେତ୍ରୀ ବୈଦେହୀ ଭୋଇଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜଙ୍ଗଲ ଜମି ଅଧିକାର କରିଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରିବା, ଘରୋଇ ବିଦ୍ୟୁତ ବିଲ ମାଗଣା, ତୁଷୁରା ଏନଏସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା ସହ ଛଟେଇ ବନ୍ଦ କରିବା, ବିଧବା ମହିଳା ଓ ଅବିବାହିତ ମହିଳାମାନଙ୍କୁ ଅଗ୍ରାଧିକାର ଭିର୍ତ୍ତୀରେ ଗାଁ ମାନଙ୍କ ସ୍କୁଲରେ ଖାଳି ପଡିଥିବା ରୋନ୍ଧନିଆ ଭାବେ ନିଯୁକ୍ତ ଦେବା, ପ୍ରତ୍ୟେକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଶହେ ଦିନର କାର୍ଯ୍ୟ ଦିଆଯିବା ଆଦି ଉପରେ ଆଲୋଚନା ହୋଇଥିଲା । ଏହି ସମସ୍ୟାକୁ ନେଇ ଆସନ୍ତା ଡିସେମ୍ବର ୧ତାରିଖ ଦିଲ୍ଲୀର ରାମଲୀଲା ମୈଦାନରେ ଅନୁଷ୍ଠିତ ହୋବାକୁ ଥିବା ବିରାଟ ମଞ୍ଚରେ ଉପସ୍ଥାପନ କରିବା ସହ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇବା ପାଇଁ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଶତୃଘନ ଭୋଇ, ଭୂବେଶ୍ବର ବଗର୍ତ୍ତୀ, ରବି ସାହୁ, ଯଶୋଦା ବୁଡେକ, ନୀର ବାଗ, କୁଞ୍ଜ ସାହୁ, ଚଞ୍ଚଳା ମହାକୁର, ବାସନ୍ତୀ ପୋଢ, ଆରତି ସାହୁ ଆଦି ବହୁ ମହିଳା ପୁରୁଷ ଉପସ୍ଥିତ ଥିଲେ।