-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
କନ୍ଧମାଳ(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୯ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାରେ ୧୫ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଧନୁ ନାୟକ ୬୧ବର୍ଷ, ପିତା ସ୍ବର୍ଗତ ସଦା ନାୟକ ଗ୍ରାମ କନାଡି, ରାଇକିଆ, କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୫,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧୂକ ୩ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ସ୍ବତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ସୁଚନା ଅନୁସାରେ ଗତ ତା, ୦୮.୦୩.୨୦୨୧ ରିଖ ଦିନ ବାପା ଓ ମା ଇଟା କାମ କରିବାକୁ ଯାଇଥିଲେ ଏବଂ ପିଡୀତା ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଅଭିଯୁକ୍ତ ପିଡୀତା କୁ ଘର ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ପିଡୀତା ର ମାଆ କାମରୁ ଘରକୁ ଫେରି କବାଟ ବାଡେଇ, ଜୋର୍ ରେ ଧକ୍କା ଦେଇ ଠେଲି ପଶି ଦେଖେଲା ଯେ ଅଭିଯୁକ୍ତ ପିଡୀତା କୁ ଦୁଷ୍କର୍ମ କରୁଥିଲା, ଫଳରେ ପିଡୀତା ର ଚେତା ବୁଡିଯାଇଥିଲା। ଅଭିଯୁକ୍ତ ପିଡୀତା ର ମାଆ କୁ ଠେଲିଦେଇ ଗାଲରେ ଚାପୁଡ଼ା ମାରି ଲୁଙ୍ଗି ଧରି ପଳାଇ ଯାଇଥିଲା । ଅଭିଯୁକ୍ତ ର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା। ପିଡୀତା ର ମାଆ ରାଇକିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ତରଣ ତପନ ବେହେରା ଥାନା କେଶ୍ ନମ୍ବର୍ -୩୦/ତା ୦୯.୦୩. ୨୦୨୧ ରିଖ ରେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ । ପୋକ୍ସ କୋର୍ଟ ର ବିଚାରପତି ଉକ୍ତ ରାୟ ଆଜି ଶୁଣାଇ ଛନ୍ତି ଏବଂ ପିଡୀତା କୁ କ୍ଷତିପୂରଣ ଅର୍ଥ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।