-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   (29-Apr-2026)       ||      ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   (29-Apr-2026)       ||      *ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||      ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   (29-Apr-2026)       ||      ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||      ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ    (29-Apr-2026)       ||      ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||     

HOME   ଜିଲ୍ଲା

ଏନଏସିକୁ ନେଇ ଉଠିଲା ରାଜନୀତି

16-Sep-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ବିଗତ ଦିନର ବିଜେଡି ସରକାର ନିର୍ବାଚନ ପୂର୍ବରୁ  ରାଜ୍ୟରେ ୫୭ଟି ଏନଏସି ଘୋଷଣା କରି ଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଲୋକଙ୍କ ବହୁ ଦିନର ଦାବୀ ପୂରଣ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜକପୁର, ସୁବଳୟା, ଡୁଙ୍ଗୁରିପାଲି ବ୍ଲକର ଡୁଙ୍ଗୁରିପାଲି ଏବଂ ରାମପୁରକୁ ଏନଏସି ଘୋଷଣା କରାଯାଇ ଥିଲା। ଡୁଙ୍ଗୁରିପାଲିରେ ବହୁ ଦିନରୁ ଏହା ଦାବୀ ହୋଇ ଆସୁ ଥିଲା। ବିଭିନ୍ନ ସମୟରେ ଏଏନସି କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ। ସେତେବେଳେ ଡୁଙ୍ଗୁରିପାଲି ଏନଏସି ଘୋଷଣାକୁ ରାଜ୍ୟପାଳଙ୍କ ଅନୁମୋଦନ ହୋଇ ଥିବା ମଧ୍ୟ ଆଲୋଚନା ହୋଇଥିଲା । ଡୁଙ୍ଗୁରିପାଲି ବିଶେଷ ଭାରେ ଖୂସି ଯେ, ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକ ମଧ୍ୟରୁ  ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ତଥା ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛି । ଏଠାରେ ଚାଲିଥିବା ଅତିରିକ୍ତ ତହସିଲ କାର୍ଯ୍ୟାଳୟ ବନ୍ଦ ରହିଛି । ଅନେକ କାର୍ଯ୍ୟାଳୟ ଏଠାରେ ନାହିଁ । ଏଠାରୁ ଟେଲିଫୋନ ଅଫିସ ମଧ୍ୟ ଅନ୍ୟତ୍ର ଚାଲିଯାଇଛି। ଏଠାରେ ହେବାକୁ ଥିବା ଚକ୍ଷୂ ଚିକିତ୍ସାଳୟ ମଧ୍ୟ ସେତେବେଳେ ବିଭିନ୍ନ କାରଣରୁ ଅନ୍ୟତ୍ର ଯାଇଛି । ଏଠାରେ ବସ୍ ଷ୍ଟାଣ୍ଡ ନାହିଁ, ଭଲ କଲ୍ୟାଣ ମଣ୍ଡପ ନାହିଁ, ଷ୍ଟାଡିୟମ ନାହିଁ । ଶବବ୍ୟଚ୍ଛେଦ ଗୃହ ନାହିଁ । ଏତେ ସମସ୍ୟା ମଧ୍ୟରେ ଯେତେବେଳେ ଏନଏସି ଘୋଷଣା ହେଲା ଡୁଙ୍ଗୁରିପାଲି ନାହିଁ ନଥିବାରୁ ଖୁସି ଯାହିର କରିଥିଲା ଏବଂ ହେବା ସ୍ୱାଭାବିକ ମଧ୍ୟ । କିନ୍ତୁ ଗତକାଲି ବିଧାନ ସଭାରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏନଏସି  ପ୍ରସ୍ତାବ ନାହିଁ । କେବଳ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇ ଥିବା ଓ ଏହାର ଉତ୍ତର ମଧ୍ୟ ଆସିନାହିଁ ବୋଲି କହିବା ପରେ ଅଂଚଳରେ ରାଜନୀତି ଉଠୁଛି ପଡୁଛି। ଯଦିମନ୍ତ୍ରୀ ସତ କହୁ ଛନ୍ତି, ତାହେଲେ ବିଗତ ସରକାର ଲୋକଙ୍କୁ ଭୂଆଁ ବୁଲାଥିଲା କି ? ଯଦି ଏଥିରେ ସତ୍ୟତା ନାହିଁ ତାହେଲେ ବିରୋଧି ଦଳ ପକ୍ଷରୁ ଆବଶ୍ୟକ ପ୍ରମାଣ ପତ୍ର ସହିତ ବିରୋଧ କରିବା କଥା । ତାହା ମଧ୍ୟ ଦେଖିବାକୁ ମିଳି ନଥିଲା ।ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । 

ମୃତ୍ୟୁଞ୍ଜୟ ମିଶ୍ର,ସଭାପତି ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ୍ ମାଲିକସଂଘ

■ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରାଯାଇଛି ।  ଏଥିପାଇଁ ସମସ୍ତ କାଗଜାଦି ପ୍ରଦାନ କରାଯାଇଥିବା ଏବଂ  ନଗରଉନ୍ନୟନ ବିଭାଗରେ ରହିଥିବା ଓ ରାଜ୍ୟପାଳଙ୍କ ପାଖରେ ରହିଥିବା ଆମ୍ଭେ ଜାଣିବାକୁ ପାଇଛୁ । ମନ୍ତ୍ର ଗତକାଲି ଏହାର କୌଣସି କାଗଜ ପତ୍ର ନାହିଁ ବୋଲି କହିବା ପରେ ସ୍ଥାନୀୟ ବିଧାୟକ ଏହାକୁ ବିରୋଧ କରି ଆବଶ୍ୟକ ପ୍ରମାଣ  ଉପସ୍ଥାପନ କରିବା ପୂର୍ବକ ବିରୋଧିଙ୍କୁ   ଘେରିବା କଥା ।
କିସନ କୁମାର ଅଗ୍ରୱାଲ,ବରିଷ୍ଠ ସାମ୍ବାଦିକ

■ଜନସାଧାରଣଙ୍କ ବୃହତ  ହିତ ଦୃଷ୍ଟିରୁ ଡୁଙ୍ଗୁରିପାଲି ଏନଏସି  ଘୋଷଣା କରିବା ପାଇଁ ବହୁ ବର୍ଷରୁ ଦାବି ହୋଇ ଆସୁଥିଲା ।  ଯାହାକୁ ପୂର୍ବ ବିଜେଡି ସରକାର ସାଧାରଣ ନିର୍ବାଚନ ପୂର୍ବରୁ  ଦାବି ପୂରଣ ସକାଶେ ଏନଏସି ରୂପେ ଘୋଷଣା କଲେ । ସେହି  ସମୟରେ ଏହି ଘୋଷଣାକୁ ଅଞ୍ଚଳବାସୀ ଅତ୍ୟନ୍ତ ଖୁସିରସହ ସ୍ୱାଗତ କରିବା ସହିତ ମୂଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ମନ୍ତ୍ରୀଙ୍କୁ ଗଭୀର  କୃର ଜ୍ଞତା ମଧ୍ୟ ଜଣାଇଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଗଠିତ ନୂତନ ସରକାରଙ୍କ କହିବା ଅନୁଯାୟୀ ନୂତନ ଏନଏସି ଘୋଷଣା ନେଇ ସରକାରଙ୍କ  ପାଖରେ କୌଣସି ସରକାରୀ କାଗଜ ପତ୍ର ନାହିଁ । ଯାହା ଅଞ୍ଚଳବାସୀଙ୍କୁ ଗଭୀର ଆଘାତ ଦେଇଛି । ତେଣୁ ଏହବେ ପୂର୍ବ ସରକାରଙ୍କ  ତରଫରୁ ଏହାର ସ୍ୱଷ୍ଟୀକରଣ କରାଗଲେ ଲୋକ ପ୍ରକୃତ ତଥ୍ୟ ଜଣିପାରନ୍ତେ ଯେ କିଏ ସତ କହୁଛି । 


ବିପ୍ରଚରଣ ସାହୁ-ଏନଏସି କ୍ରିୟାନୁଷ୍ଠାନ କମିଟୀ ସଦସ୍ୟ

■ମୋର ଜାଣିବାରେ ଡୁଙ୍ଗୁରିପାଲି ଏନଏସି ଘୋଷଣା ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଯାଇଛି । ବିଭିନ୍ନ ସମୟରେ କମିଟୀ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି । ଏଥିରେ କୌଣସି ଦ୍ୱିମତ ହେବାର ନାହିଁ । ବର୍ତ୍ତମାନ ମନ୍ତ୍ରୀ ୫୭ଟି ଏନଏସି ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ କେତେକର କାଗଜପତ୍ର ଥାଇନ ପାରେ । କିନ୍ତୁ ଘୋଷଣା ହୋଇ ଥିବା ଡୁଙ୍ଗୁରିପାଲି ର ଅବସ୍ଥା ଏପରି ହୋଇ ନଥିବା ।  ଏଣୁ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଆମର ବିଶ୍ୱାସ ଓ ଭରସା ଅଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   29-Apr-2026
  ଜିଲ୍ଲା  
ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    29-Apr-2026
  ଜିଲ୍ଲା  
*ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   29-Apr-2026
  ଦେଶ ବିଦେଶ  
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   29-Apr-2026
  ରାଜ୍ୟ  
ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   29-Apr-2026
  ଜିଲ୍ଲା  
ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   29-Apr-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର   29-Apr-2026
  ଜିଲ୍ଲା  
ନାରୀଶକ୍ତି ବନ୍ଦନ ଅଧିନିୟମ ଶୀର୍ଷକ ଆଲୋଚନାଚକ୍ର   29-Apr-2026
  ଜିଲ୍ଲା  
*ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   29-Apr-2026
  ଜିଲ୍ଲା  
*ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   29-Apr-2026
  ରାଜନୀତି  
ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   29-Apr-2026
  ରାଜ୍ୟ  
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   29-Apr-2026

You Might Also Like

                                   
  ଜିଲ୍ଲା  

ଗୋସେବା ଶିବିର